39.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶଗାଧୋଉଥିବା ସମୟରେ କୂଅରେ ପଡିଗଲେ ଯୁବକ

ଗାଧୋଉଥିବା ସମୟରେ କୂଅରେ ପଡିଗଲେ ଯୁବକ

ଢେଙ୍କାନାଳ : ଗାଧୋଉ ଥିବାବେଳେ କୂଅରେ ଖସିପଡ଼ିଲେ ଯୁବକ। ଅସାବଧାନତା କାରଣରୁ ଗୋଡ଼ ଖସିଯିବାରୁ ସେ କୂଅ ଭିତରେ ପଡ଼ି ଯାଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ଯୁବକଙ୍କୁ ଉଦ୍ଧାର କଲେ। ଢେଙ୍କାନାଳ ଜିଲ୍ଲାର ରଗଡି ସାହିରେ ଘଟିଛି ଏଭଳି ଘଟଣା । ତେବେ ଯୁବକ ଜଣକ ହେଉଛନ୍ତି ବିକାଶ ରଞ୍ଜନ ସାହୁ।ଆଜି ଦିନ ପ୍ରାୟ ୧୦ଟା ସମୟରେ ବିକାଶ କୂଳ ପାଖରେ ଗାଧୋଉଥିଲେ। ପରିବାର ଲୋକେ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ବିକାଶଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ବିକାଶଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାଯାଇଛି। କୂଅର ଗଭୀରତା ୨୫ ଫୁଟ୍ ଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking