34.1 C
Bhubaneswar
Friday, March 29, 2024
Homeଓଡିଶାଜଳ ପ୍ରପାତରେ ପଡି ଯୁବକଙ୍କ ମୃତ୍ୟୁ

ଜଳ ପ୍ରପାତରେ ପଡି ଯୁବକଙ୍କ ମୃତ୍ୟୁ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଥୂଆମୁଳ ରାମପୁର ବ୍ଲକ ପାଡେପଦର ଗ୍ରାମ ପଞ୍ଚାୟତର ଖମାରପଦର ଗ୍ରାମର ଭୁତଗୁଡା ଠାରେ ଥିବା ଜଳ ପ୍ରପାତରେ ପଡି ଯୁବକଙ୍କ ମୃତ୍ୟୁ ଘଟିଛି, ଯୁବକ ଜଣକ ଭୁତଗୁଡା ପଡାର ସାନ୍ ଟିବୁ ମାଝୀ ଙ୍କ ପୁଅ ସୋଭା ମାଝୀ ବୋଲି ଜଣାପଡିଛି, ଗତ ତା, 22 ତାରିଖ ଦିନ ସକାଳ ପ୍ରାୟ 10ଘଣ୍ଟିକା ସମୟରେ ଘର ଠାରୁ ବାହାରି ଜଗଂଲ କୁ ଯାଇ ଫେରି ନଥିଲେ, ସଂଧ୍ୟା ରେ ଖୋଜାଖୋଜି କଲାପରେ ମଧ୍ୟ କୌଣସି ପତ୍ତା ମିଳିନଥିବା ବେଳେ, ସାନ୍ ଟିବୁ ମାଝୀ ମହୁଲପାଟଣା ପୋଲିସ୍ ପାଂଣ୍ଡି ରେ ପୁଅର ମୃତ୍ୟୁ ବିଷୟରେ ଲେଖିତ ଏତାଲା ଦେଇଥିଲେ, ପରେ ଗ୍ରାମର କିଛି ଲୋକ ସୋଭା ମାଝୀର ମୃତ ଦେହ ସିନ୍ଦେର ଝରଣା ଜଳ ପ୍ରପାତରେ ଭାସୁଥିବାର ଦେଖିଥିଲେ, ଓ ମହୁଲପାଟଣା ପୋଲିସ୍ ପାଂଣ୍ଡି ଅଧିକାରୀ ଙ୍କୁ ଜଣାଇବା ପରେ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ କିନ୍ତୁ ଶବ ନିକଟକୁ ଯାଇ ନଥିଲେ, କି ଦୁରରୁ ମୃତ ଶବକୁ ଦେଖି ନଥିଲେ, ସଂଧ୍ୟା ସମୟ ବୋଲି ଶବକୁ ଛାଡ଼ି ଚାଲିଗଲେ ପୋଲିସ୍ ବିଭାଗର କୌଣସି କର୍ମଚାରୀ ଉପସ୍ଥିତ ନଥିଲେ, ତା ଆର ଦିନ ଥୂଆମୁଳ ରାମପୁର ପୋଲିସ୍ ଥାନା ଅଧିକାରୀ ଅଗ୍ନିଶମ ବାହିନୀ ସହିତ ଘଟଣା ସ୍ଥଳରେ ପହଞ୍ଚିଥିଲେ, କିନ୍ତୁ ଶବ ତିନି ଶହ ଫୁଟରୁ ଅଧିକ ତଳେ ଥିବାରୁ ମୃତ ଦେହ ପାଖକୁ ପୋଲିସ୍ ପହଞ୍ଚି ପାରିନଥିଲେ, ପରେ ସ୍ଥାନୀୟ ଗ୍ରାମ ବାସୀ ଶବ ଉଦ୍ଧାର କରି ପୋଲିସ୍ କୁ ଶବ ବ୍ୟବଛେଦ ପାଇଁ ହସ୍ତାନ୍ତର କରିଥିଲେ, ପରେ ଥୂଆମୁଳ ରାମପୁର ଥାନା ଭାର ପ୍ରାପ୍ତ ଅଧିକାରୀ ମନୋରଞ୍ଜନ କୁମ୍ଭାର ୟୁଡି କେସ୍ ନଂ ୧୧ ୨୫/୧୦/୨୦୨୦ ରେ ଏକ ଅପମୃତ୍ଯୁ ମାମଲା ରୁଜୁ କରି ଶବ ବ୍ୟବଛେଦ କରି ତଦନ୍ତ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking