27.8 C
Bhubaneswar
Friday, April 19, 2024
Homeଅପରାଧଘରେ ପଶି ଯୁବତୀଙ୍କୁ ଏସିଡ଼ ଆକ୍ରମଣ କଲା ଯୁବକ

ଘରେ ପଶି ଯୁବତୀଙ୍କୁ ଏସିଡ଼ ଆକ୍ରମଣ କଲା ଯୁବକ

ହାପୁଡ଼: ଉତ୍ତର ପ୍ରଦେଶର ହାପୁଡ଼ରେ ସର୍ବସାଧାରଣରେ ଯୁବତୀଙ୍କ ଶରୀର ଉପରେ ଏସିଡ଼ ଆକ୍ରମଣ ହୋଇଛି । ଏଠାରେ ଜଣେ ଯୁବକ ଘରେ କାମ କରୁଥିବା ଯୁବତୀଙ୍କ ଉପରେ କାନ୍ଥ ଉପରକୁ ଚଢ଼ି ଏସିଡ ଆକ୍ରମଣ କରି ଫେରାର ହୋଇଯାଇଛି । ସ୍ଥାନୀୟ ଲୋକେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଯୁବତୀଙ୍କ ଗୁରୁତର ଅବସ୍ଥା ଦେଖି ଡାକ୍ତର ମେରଠ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି । ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ଯାଂଚ ଆରମ୍ଭ କରିଦେଇଛି ।

ସିମ୍ଭାବଳୀ ଅଂଚଳରେ କିଛି ଦିନ ହେବ ମହିଳାଙ୍କ ଉପରେ ହିଂସାତ୍ମକ ଘଟଣା ବଢ଼ିବାରେ ଲାଗିଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ଯୁବତୀ ପୂନମ (ନାମପରିବର୍ତ୍ତନ) ନିଜ ଘରେ କାମ କରୁଥିଲେ । ଏହି ସମୟରେ ଜଣେ ଯୁବକ ଅଚାନକ ଘର କାନ୍ଥକୁ ଚଢ଼ିଯାଇଥିଲା ଏବଂ ଯୁବତୀଙ୍କ ଶରୀର ଉପରେ ଏସିଡ଼ ମାଡ଼ କରିଥିଲା । ଯୁବତୀ ଜଣକ ଏସିଡରେ ପେଡ଼ିଯାଇଛନ୍ତି । ସଂପୃକ୍ତ ଯୁବକ ଏସିଡ଼ ମାଡ଼ କରିବା ପରେ ଫେରାର ହୋଇଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking