28.1 C
Bhubaneswar
Thursday, March 28, 2024
Homeଅପରାଧସ୍ବାମୀ ସାମନାରେ ସ୍ତ୍ରୀକୁ ଦୁଇଦିନ ପର୍ଯ୍ୟନ୍ତ ଗଣଦୁଷ୍କର୍ମ

ସ୍ବାମୀ ସାମନାରେ ସ୍ତ୍ରୀକୁ ଦୁଇଦିନ ପର୍ଯ୍ୟନ୍ତ ଗଣଦୁଷ୍କର୍ମ

ହାଇଦ୍ରାବାଦ: ହାଇଦ୍ରାବାଦର ରାଚକୋଣ୍ଡାରେ ଜଣେ ମହିଳାଙ୍କୁ ଦୁଇଦିନ ପର୍ଯ୍ୟନ୍ତ ବନ୍ଧକ ରଖି ୫ ଜଣ ଲୋକ ତାଙ୍କ ସ୍ବାମୀଙ୍କ ଆଖିଆଗରେ ଦୁଷ୍କର୍ମ କରିଥିଲେ। ରାଚକୋଣ୍ଡା ପୋଲିସ ଏହି ମାମଲାରେ ୫ ଜଣ ଅଭିଯୁକ୍ତଙ୍କ ସହିତ ୧୪ ଜଣଙ୍କୁ ଗିରଫ କରିଛି। ପୋଲିସର କହିବା  ଅନୁସାରେ ଏହି ସମସ୍ତେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଏହି ସନ୍ଦେରେ ବନ୍ଧକ ରଖିଥିଲେ ଯେ, ତାଙ୍କର କୁକୁଡା ଏବଂ  ଚାରାକୁ ଲୁଚି ଲୁଚି ବିକ୍ରି କରୁଥିବା ଦମ୍ପତ୍ତିଙ୍କର ସେ ସାହାର୍ଯ୍ୟ କରୁଥିଲା।  ଯେଉଁ ବ୍ୟକ୍ତିକୁ ବନ୍ଧକ କରି ରଖାଯାଇଥିଲା ସେ ମଧ୍ୟ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ମହିଳାଙ୍କ ଅଭିଯୋଗ ଆଧାରରେ ଦୁଷ୍କର୍ମ କରାଯାଇଥିବା ନେଇ ଏକ ମାମଲା ରୁଜୁ କରାଯାଇଛି।

ପୋଲିସର କହିବା ଅନୁସାରେ, ଅଭିଯୋଗ ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ ଅପହରଣ  ଓ ଦୁଷ୍କର୍ମ ମାମଲା ରୁଜୁ କରାଯାଇଛି। ଏହା ସହିତ ଅନୁସୂଚିତ ଜାତି ଏବଂ ଜନଜାତି (ଅତ୍ୟାଚାର ନିବାରଣ) ଆଇନ ଅନୁସାରେ ମଧ୍ୟ ମାମଲା ରୁଜୁ କରାଯାଇଛି। ପୋଲିସ କହିଛି, ଏହି ମାମଲାରେ ୧୫ ଜଣ ଲୋକ ସାମିଲ ରହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking