34.1 C
Bhubaneswar
Thursday, April 25, 2024
Homeଅପରାଧପ୍ରେମିକ ସହ ଫେରାର ହୋଇଗଲା ପତ୍ନୀ ଆଉ ତାପରେ

ପ୍ରେମିକ ସହ ଫେରାର ହୋଇଗଲା ପତ୍ନୀ ଆଉ ତାପରେ

ନୂଆଦିଲ୍ଲୀ : ଯଦି କାହାର ପତ୍ନୀ ନିଜ ପ୍ରେମିକ ସହ ଫେରାର ହୋଇଯିବ, ତେବେ ସେହି ବ୍ୟକ୍ତି ଜଣକ କ’ଣ କରିବ? ସାଧାରଣ ଭାବେ ସେହି ପତ୍ନୀଙ୍କୁ ଭୁଲି ବ୍ୟକ୍ତି ଜଣକ ଆଗକୁ ବଢ଼ିବା ଉଚିତ୍ । ସେହି ପତ୍ନୀଙ୍କୁ ଆଉ ଗୁରୁତ୍ୱ ଦେବା ଉଚିତ୍ ନୁହେଁ । କିମ୍ବା ଆପଣ କହିପାରିବେ ଯେ, ବ୍ୟକ୍ତି ଜଣକ ଥାନାରେ ଏତଲା ଦେବା ସହ ପ୍ରତିଶୋଧ ପରାୟଣ ହୋଇ ଉଭୟଙ୍କର କ୍ଷତି କରିବାକୁ ଚାହିଁବେ । ଠିକ୍ ଏମିତି କିଛି ଘଟଣା ଆମ ସାମ୍ନାକୁ ଆସିଛି । ବ୍ୟକ୍ତି ଜଣକ ହେଉଛନ୍ତି ବିହାର ଖଗରିଆ ଜିଲ୍ଲା ଚୌଥାମ୍ ବ୍ଲକ ହରିଦ୍ୟା ଗାଁର ନିରଜ । ସେ ବାସ୍ତବରେ ଏକଦମ୍ ଅସହାୟ ହୋଇପଡ଼ିଲେ, ଯେତେବେଳେ ୧୦ ବର୍ଷ ଧରି ତାଙ୍କ ସାଥିରେ ରହି ଆସୁଥିବା ପତ୍ନୀ ଅନ୍ୟ ଜଣେ ଯୁବକ ସହ ଫେରାର ହୋଇଗଲେ ।

ନିରଜ ଏବଂ ତାଙ୍କ ପତ୍ନୀ ରୁବି ଦେବୀ ୨୦୦୯ ମସିହାରେ ବିବାହ କରିଥିଲେ । ଉଭୟଙ୍କ ୪ଟି ସନ୍ତାନ ମଧ୍ୟ ରହିଛି । ନିରଜ କିଛି ଦିନ ପରେ ଜାଣିବାକୁ ପାଇଲେ ଯେ, ତାଙ୍କ ପତ୍ନୀ ଅନ୍ୟ ଜଣେ ଯୁବକ ସହ ପ୍ରେମ ସମ୍ପର୍କରେ ରହିଛନ୍ତି । ଯାହାଙ୍କ ନା ମୁକେଶ । ସେ ପାଶରାହ ଗାଁର ବାସିନ୍ଦା । ନିରଜଙ୍କୁ ବିବାହ କରିବା ପୂର୍ବରୁ ପାଶରାହ ଗାଁରେ ରହୁଥିଲେ ରୁବି । ସେତେବେଳୁ ମୁକେଶଙ୍କ ସହ ରୁବିଙ୍କର ସମ୍ପର୍କ ରହିଛି ।

ଏମିତିକି ନିରଜଙ୍କୁ ବିବାହ କରିବା ପରେ ମଧ୍ୟ ମୁକେଶ ସହ ରୁବିଙ୍କର ସମ୍ପର୍କ ଥିଲା । ତେବେ ଏଠାରେ ମୁକେଶ ମଧ୍ୟ ବିବାହିତ । ସେ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଛନ୍ତି । ଆଉ ତାଙ୍କ ନାଁ ମଧ୍ୟ ରୁବି । ତାଙ୍କର ଦୁଇଟି ସନ୍ତାନ ମଧ୍ୟ ରହିଛି । ଗତ ଫେବ୍ରୁଆରୀ ୨୦୨୩ରେ ମୁକେଶ ନିଜ ସନ୍ତାନଙ୍କ ସହ, ନିରଜଙ୍କ ପତ୍ନୀ ରୁବିଙ୍କୁ ଧରି ଗାଁ ଛାଡ଼ି ଫେରାର ହୋଇଯାଇଛନ୍ତି । ଯେତେବେଳେ ନିରଜ ଏନେଇ ଖବର ପାଇଲେ, ସେ ଥାନାର ଦ୍ୱାରସ୍ଥ ହେଲେ ।

ମୁକେଶଙ୍କ ବିରୋଧରେ ପାଶରାହ ଥାନାରେ ପତ୍ନୀ ରୁବିଙ୍କୁ ଅପହରଣ କରିଥିବା ଅଭିଯୋଗ କଲେ । ଏହାସହ ଏହି ଘଟଣାରେ ଗାଁରେ ପଞ୍ଚାୟତ ଦ୍ୱାରା ଯାହା ଫୈସଲା ହେବ ସେଥିରେ ମଧ୍ୟ ରାଜି ଥିଲେ ନିରଜ । କିନ୍ତୁ ମୁକେଶ ଏଥିରେ ରାଜି ନଥିଲେ । ତେବେ ଅନେକ ବାଦ ବିବାଦ ପରେ ବି ଏହି ଘଟଣାର କୌଣସି ସମାଧାନ ବାହାରିଲା ନାହିଁ । ଶେଷରେ ନିରଜ ପ୍ରତିଶୋଧ ନେବାକୁ ସ୍ଥିର କଲେ । ସେ ମୁକେଶଙ୍କ ପତ୍ନୀ ସହ ବନ୍ଧୁ ବାନ୍ଧିଲେ ।

ସେତିକି ନୁହେଁ ତାଙ୍କ ସହ ପ୍ରେମ ସମ୍ପର୍କ ବି ଯୋଡ଼ିଲେ । ପରେ ତାଙ୍କୁ ବିବାହ ମଧ୍ୟ କଲେ । ଗତ ଫେବ୍ରୁଆରୀ ୧୮ରେ ଏକ ମନ୍ଦିରରେ ଉଭୟଙ୍କ ବିବାହ ହୋଇଥିଲା । ଗୋଟିଏ ପଟେ ମୁକେଶ ଯାହା କଲେ ତାକୁ କୌଣସି ପରିବାର ସ୍ୱୀକାର କରିନଥିବା ବେଳେ ଏପଟେ ନିରଜ ଏବଂ ରୁବିଙ୍କ ସମ୍ପର୍କକୁ ସମସ୍ତେ ସହମତି ଜଣାଇଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking