40.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆରମ୍ଭ କରାଯାଇଥିବା ପଦଯାତ୍ରା ଉଦଯାପିତ

ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆରମ୍ଭ କରାଯାଇଥିବା ପଦଯାତ୍ରା ଉଦଯାପିତ

ଯାଜପୁର: ଚାଷୀ ମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ଯାଜପୁର ଜିଲା ଜେନାପୁରରୁ କୃଷକ ସଂଗଠନ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆରମ୍ଭ କରାଯାଇଥିବା ପଦଯାତ୍ରା ଆଜି ଯାଜପୁରରେ ଉଦଯାପିତ ହୋଇଛି । ଚାଷୀ ମାନଙ୍କୁ ପ୍ରାଇସ,ପ୍ରେଷ୍ଟିଜ ଓ ପେନସନ ଦାବୀରେ ହୋଇଥିବା ଆନ୍ଦୋଳନ ଓ ଯୁବଚେତନା ପଦଯାତ୍ରା ଯାଜପୁର ଜିଲାର ୧୦ଟି ବ୍ଲକ ପରିକ୍ରମା କରିଥିଲା । ଆଜି ଯାଜପୁରର ଗାନ୍ଧୀଛକରେ ପହଂଚିବା ପରେ ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଯୋଗ ଦେଇ ଜିଲାର ଚାଷୀକୂଳ ଗତ ବନ୍ୟାରେ ବ୍ୟାପକ କ୍ଷତି ସହିଥିଲେ ହେଁ ଏ ପର୍ଯ୍ୟନ୍ତ ସେମାନଙ୍କୁ କୌଣସି ସହାୟତା ମିଳିପାରିନାହିଁ । ପ୍ରତ୍ୟେକ ଚାଷୀଙ୍କୁ ମାସିକ ୫ହଜାର ଟଙ୍କା ସହାୟତା ରାଶି ପ୍ରଦାନ ପାଇଁ ଦାବୀ କରିଥିଲେ । ଏଥିସହିତ କ୍ଷତିଗ୍ରସ୍ତ ଚାଷୀଙ୍କୁ ବ୍ୟାଙ୍କ ଓ ସମବାୟ ସମିତିରୁ ଋଣ ପ୍ରଦାନ କରିବାକୁ ସେ ଦାବୀ କରିଥିଲେ । ଏହି ପଦଯାତ୍ରା ମାଧ୍ୟମରେ ଚାଷୀଙ୍କ ସମସ୍ୟା ସଂପର୍କରେ ଯୁବ ସମାଜକୁ ଅବଗତ କରାଯାଇଛି ।ଯେଉଁମାନେ ଆଗାମୀ ଦିନରେ ଚାଷୀ ଓ ଚାଷ ସହିତ ସଂପୃକ୍ତ ରହି ସମସ୍ୟାର ସମାଧାନ ପାଇଁ ଲଢ଼େଇ କରିବେ ବୋଲି ଅକ୍ଷୟ କୁମାର କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking