29.1 C
Bhubaneswar
Saturday, April 20, 2024
Homeଓଡିଶାଭୁବନେଶ୍ୱରଅପେକ୍ଷାର ଘଟିଲା ଅନ୍ତ: ବିବାଦ ପରେ ଆଜିଠୁ ଖୋଲିଲା ମାର୍କେଟ ବିଲ୍ଡିଂ

ଅପେକ୍ଷାର ଘଟିଲା ଅନ୍ତ: ବିବାଦ ପରେ ଆଜିଠୁ ଖୋଲିଲା ମାର୍କେଟ ବିଲ୍ଡିଂ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ସ୍ଥିତ ମାର୍କେଟ ବିଲ୍ଡିଂ ଆଜିଠୁ ପୁଣି ଖୋଲିଛି । ବିଏମ୍ସି ସହିତ ବ୍ୟବସାୟିକ ସଂଘର ଆଲୋଚନା ପରେ ମାର୍କେଟ ବିଲ୍ଡିଂ ଖୋଲିବା ନେଇ ନିଷ୍ପତ୍ତି ହୋଇଛି । ଗତକାଲି ସହିଦନଗର ସ୍ଥିତ ସ୍ମାର୍ଟସିଟି ଅଫିସରେ ବୈଠକ ଥିଲା । ତେବେ ମାର୍କେଟ ବିଲ୍ଡିଂ ପରିସରରେ ଉଠା ଦୋକାନୀ ବସିବା ପ୍ରସଙ୍ଗ ନେଇ ବିବାଦ ହୋଇଥିଲା । ଏହି କାରଣରୁ ପ୍ରତିବାଦ ସ୍ୱରୂପ ଜୁଲାଇ ୩୧ରୁ ଗତକାଲି ପର୍ଯ୍ୟନ୍ତ ମାର୍କେଟ ବିଲ୍ଡିଂ ବନ୍ଦ ରହିଥିଲା ।

ବୁଧବାର ବିଏମ୍ସି ସହିତ ଅନୁଷ୍ଠିତ ବୈଠକ ପରେ ମାର୍କେଟ ବିଲ୍ଡିଂ ବ୍ୟବସାୟୀ ସଂଘର ସଭାପତି ପ୍ରଦ୍ୟୁମ୍ନ କୁମାର ଜେନା କହିଛନ୍ତି, ‘ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା । ବିଶେଷ କରି ଆସନ୍ତା ୭ ଦିନ ପର୍ଯ୍ୟନ୍ତ ନିୟମିତ ଭାବରେ ପୁଲିସ ପେଟ୍ରୋଲିଂ ଓ ବିଏମ୍ସିର ମିଳିତ ଚଢ଼ଉ ଜାରି ରହିବ ।’

ତେବେ ପ୍ରଥମ ପର୍ଯ୍ୟାୟରେ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ସହ ଜଣେ ଏଏସ୍ଆଇ ଅଧିକାରୀ ଏହାର ସୁରକ୍ଷା ଦାୟିତ୍ୱରେ ରହିବେ । ପରେ ମାସକ ପର୍ଯ୍ୟନ୍ତ ଏହି ପେଟ୍ରୋଲିଂ ଚାଲୁ ରହିବ । ୪ ଦିନ ଭିତରେ ଯେତିକି କ୍ଷତି ନହୋଇଛି ମାର୍କେଟ ବିଲ୍ଡିଂର ପରିଚୟ ଓ ଛବି ମଳିନ ପଡିଛି ବୋଲି ବ୍ୟବସାୟୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking