31.1 C
Bhubaneswar
Friday, March 29, 2024
Homeଓଡିଶାଆଜିଠୁ ଶ୍ରୀମନ୍ଦିରରେ ଦର୍ଶନ ଆରମ୍ଭ

ଆଜିଠୁ ଶ୍ରୀମନ୍ଦିରରେ ଦର୍ଶନ ଆରମ୍ଭ

ପୁରୀ:  କୋଭିଡ୍ ସଂକ୍ରମଣ ଯୋଗୁଁ ଦୀର୍ଘଦିନ ଧରି ବନ୍ଦ ରହିବା ପରେ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର । ସୁଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିବ । ଦର୍ଶନ ବ୍ୟବସ୍ଥା ପାଇଁ ପ୍ରଶାସନିକ ସ୍ତରରେ ପ୍ରକାଶ ପାଇଛି ତତ୍ପରତା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏସ୍‌ଓପି ଜାରି କରାଯାଇଛି। ଆଜି  ଓ ଆସନ୍ତାକାଲି  ୨ଦିନ ଧରି ସେବାୟତ ପରିବାରର ସଦସ୍ୟମାନେ ଦର୍ଶନ କରିବେ । ୧୪ ଓ ୧୫ତାରିଖ ସଟ୍‌ଡାଉନ୍ ପାଇଁ ମନ୍ଦିର ବନ୍ଦ ରହିବ । ୧୬ତାରିଖରୁ ୨୦ତାରିଖ ପର୍ଯ୍ୟନ୍ତ ପୁରୀ ପୌରାଞ୍ଚଳର ଅଧିବାସୀମାନେ ଦର୍ଶନ କରିବେ । ଅଗଷ୍ଟ ୨୫ତାରିଖରୁ ସାଧାରଣ ଲୋକଙ୍କ ପାଇଁ ଦର୍ଶନ ଆରମ୍ଭ ହେବ । କୋଭିଡ୍ ନିୟମାବଳୀ ପାଳନ କରି ଭକ୍ତମାନେ ଦର୍ଶନ କରିବେ ।

ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଭକ୍ତମାନେ ଦର୍ଶନ କରିପାରିବେ । ଦର୍ଶାନାର୍ଥୀମାନେ ସିଂହଦ୍ୱାର ଦେଇ ପ୍ରବେଶ କରିବେ ଓ ଦର୍ଶନ ପରେ ଉତ୍ତର ଦ୍ୱାର ବାଟେ ପ୍ରସ୍ଥାନ କରିବାର ବ୍ୟବସ୍ଥା କରାଯାଇଛି । କୋଭିଡ୍ ଗାଇଡ୍‌ଲାଇନ୍ ଅନୁଯାୟୀ ଦର୍ଶନ ହେବ । ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ଭକ୍ତମାନଙ୍କୁ ହାତ ସାନିଟାଇଜ୍ କରିବାକୁ ପଡ଼ିବ । କୌଣସି ସ୍ଥାନରେ ଭକ୍ତମାନେ କିଛି ସ୍ପର୍ଶ କରିପାରିବେ ନାହିଁ । ଶ୍ରୀମନ୍ଦିରର ପ୍ରବେଶ ପଥରେ ସାନିଟାଇଜର୍ ମେସିନ୍ ଲଗାଯିବ । ଦର୍ଶନାର୍ଥୀମାନଙ୍କୁ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ପଡ଼ିବ । ଆନନ୍ଦ ବଜାରରେ ଭକ୍ତମାନେ ଅବଢ଼ା କ୍ରୟ କରିପାରିବେ, କିନ୍ତୁ ସେଠାରେ ବସି ମହାପ୍ରସାଦ ସେବନ କରିପାରିବେ ନାହିଁ ।

ପୁରୀ ବାହାରର ଭକ୍ତମାନଙ୍କ ପାଇଁ ଆର୍‌ଟି-ପିସିଆର୍ ନେଗେଟିଭ୍ ରିପୋର୍ଟ କିମ୍ବା ୨ଟି ଡୋଜ୍ ଟିକା ନେଇଥିବାରୁ ପ୍ରମାଣପତ୍ର ଦର୍ଶାଇବା ବାଧ୍ୟତାମୂଳକ କରାଯାଇଛି । ଦର୍ଶନ ବ୍ୟବସ୍ଥା ପାଇଁ ଜାରି ହୋଇଥିବା ନୂତନ ଏସ୍‌ଓପି ସମ୍ପର୍କରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ସେ ପ୍ରକାଶ କରିଛନ୍ତି ଯେ ବିଭିନ୍ନ ସ୍ଥାନରେ କିଓସ୍କ ପ୍ରତିଷ୍ଠା କରାଯାଇଛି । କିଓସ୍କଗୁଡ଼ିକରେ ଭକ୍ତମାନଙ୍କୁ ପରିଚୟ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ । ଗୁରୁବାରଠାରୁ ୨ଦିନ ମଧ୍ୟରେ ସହରବାସୀଙ୍କୁ ଟୋକନ୍ ବଣ୍ଟାଯିବ । କେଉଁ ୱାର୍ଡର ବାସିନ୍ଦା କେଉଁ କେଉଁ ସମୟରେ ଦର୍ଶନ କରିପାରିବେ ତାହା ଜଣାଇ ଦିଆଯିବ । ପୁରୀରେ ପ୍ରାୟ ୪୫ ହଜାର ଘର ରହିଛି । ଏସବୁ ଘରର ଅଧିବାସୀମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ଦର୍ଶନର ସୁଯୋଗ ପ୍ରଦାନ କରାଯିବ । ଘରମାଲିକ ଓ ଭଡ଼ାଟିଆମାନଙ୍କ ପାଇଁ ଆବାସିକ ପ୍ରମାଣ ବାଧ୍ୟତାମୂଳକ କରାଯାଇଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking