27.1 C
Bhubaneswar
Friday, March 29, 2024
Homeଓଡିଶା୮ ଘଣ୍ଟା ୪ ଜଣ ବନକର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

୮ ଘଣ୍ଟା ୪ ଜଣ ବନକର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ପାଟଣାଗଡ: ପାଟଣାଗଡ଼ ବନାଞ୍ଚଳ ରେଞ୍ଜ ଲରମ୍ଭା ସର୍କଲର ବାନ୍ଦେନମାଲ ଗ୍ରାମରେ ବନକର୍ମଚାରୀଙ୍କୁ ଦୀର୍ଘ ୮ ଘଣ୍ଟା ଧରି ଗ୍ରାମବାସୀମାନେ ବର୍ତ୍ତମାନ ସୁଦ୍ଧା ଅଟକ ରଖିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ଲରମ୍ଭା ସର୍କଲର ବାନ୍ଧେନମାଲ ଓ ଖୁଲାଗଡ଼ ଗ୍ରାମରେ ବନବିଭାଗ ତରଫରୁ ମାହାତ୍ମିଗାନ୍ଧୀ କର୍ମ ନିଶ୍ଚିତ ଯୋଜନାରେ କାମ ହୋଇଥିଲା । ହେଲେ ଉକ୍ତ କାମରେ ନିଯୁକ୍ତ ଥିବା ଶ୍ରମିକମାନେ ତାଙ୍କର ପାରିଶ୍ରମିକ ଟଙ୍କା ପାଇନଥିଲେ। ସେମାନେ ଏନେଇ ବାରମ୍ବାର ଦାୟୀତ୍ୱରେ ଥିବା ବନକର୍ମଚାରୀଙ୍କୁ ପାଉଣା ପାଇଁ ଅଭିଯୋଗ କରିଥିଲେ ହେଁ ଆଜି ପର୍ଯ୍ୟନ୍ତ କୌଣସି ସୂଫଳ ମିଳିନଥିଲା । କାମ କରିବାର ପାରିଶ୍ରମିକ ଟଙ୍କା ଦୀର୍ଘ ୮ ମାସରୁ ଅଧିକ ଦିନ ବିତିଯାଇଥିବା ବେଳେ ପାରିଶ୍ରମିକ ନ ପାଇବାରୁ ଆଜି ଶ୍ରମିକମାନେ ପାଟଣାଗଡ଼ ରେଞ୍ଜର ସମେତ ୪ ଜଣ ବନକର୍ମଚାରୀଙ୍କୁ ଦିନ ୨ ଟା ରାତ୍ର ୮ ଘଣ୍ଟା ପର୍ଯ୍ୟନ୍ତ ଅଟକ ରଖିଥିବା ଜଣାପଡ଼ିଛି । ତାଙ୍କ ପାଉଣା ଦାବିରେ ଅଡ଼ି ବସିଥିବାରୁ କୌଣସି ପ୍ରକାର ସମାଧାନ ପାରି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking