40.1 C
Bhubaneswar
Thursday, April 25, 2024
Homeଓଡିଶାଗାଁ କମିଟି ନିର୍ମାଣ କଲେ ଅସ୍ଥାୟୀ କାଠ ପୋଲ

ଗାଁ କମିଟି ନିର୍ମାଣ କଲେ ଅସ୍ଥାୟୀ କାଠ ପୋଲ

ଫୁଲବାଣୀ : ଯାତାୟତ ପାଇଁ ପୋଲ ନାହିଁ । ବର୍ତ୍ତମାନ ନଦୀରେ ଜଳସ୍ରୋତ କମିବା ପରେ ଗ୍ରାମ କମିଟି ମିଳିତ ଭାବେ ନିର୍ମାଣ କରିଛନ୍ତି ଅସ୍ଥାୟୀ କାଠ ପୋଲ । ଏଭଳି ଏକ ଦୃଶ୍ୟ ଦେଖାଯାଇଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ପାଙ୍ଗାଉପର ସାହି ପଞ୍ଚାୟତର ମାର୍କାଲି ଠାରୁ ବେଡ଼ାକେତା ରାସ୍ତାର । ଏହି ରାସ୍ତାର ମଧ୍ୟରେ ପଡିଥାଏ ବାଘ ନଦୀ । ଉକ୍ତ ନଦୀ ଉପରେ ଗ୍ରାମର ମା’ ପୀତାବଳି ଗାଁ କମିଟିର ସଦସ୍ୟମାନେ ନିଜେ ପକ୍ଷରୁ ଚାନ୍ଦା କରି ଓ ଆବଶ୍ୟକ ଜିନିଷ କିଣି ନିର୍ମାଣ କରିଛନ୍ତି ଉକ୍ତ କାଠପୋଲ । ବର୍ତ୍ତମାନ ଉକ୍ତ ରାସ୍ତାରେ ସେମାନେ ସାଡ଼ିଙ୍ଗିଆରେ ପହଞ୍ôଚବା ପରେ ସେଠାରୁ ଫୁଲବାଣୀ, ଫିରିଙ୍ଗିଆ, ଗୋଛାପଡ଼ା ହେଉ କିମ୍ବା ଅନ୍ୟ ସ୍ଥାନକୁ ଯାତାୟତ କରୁଛନ୍ତି ।
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ପାଙ୍ଗାଉପରସାହି ପଞ୍ଚାୟତର ୨ଟି ୱାର୍ଡ଼ ମାର୍ତ୍ତାଲି ଓ ଡେଡିସରୁ ଅଛି । ଗୋଟିଏ ହେଉଛି ୮ ନମ୍ବର ୱାର୍ଡ଼ର ମାର୍ତ୍ତାଲି ଓ ସିକେରି ଗ୍ରାମ ଏବଂ ୯ ନମ୍ବର ୱାର୍ଡ଼ର ଡେଡିସରୁ, ବ୍ରାହାପଦର, ବାଡ଼େପଙ୍ଗା ଓ ମାଦାପଙ୍ଗା ଗ୍ରାମ । ନଦୀଯୋଗୁଁ ପ୍ରଶାସନିକ ଅଧିକାରୀ କିମ୍ବା ନିର୍ବାଚିତ ଲୋକ ପ୍ରତିନିଧି କେହି ମଧ୍ୟ ପାଖ ମାଡ଼ନ୍ତି ନାହିଁ । ଫଳରେ ସବୁବେଳେ ଏହି ୨ଟି ୱାର୍ଡ଼ ଅଧିବାସୀମାନେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଭଳି ସମସ୍ତ ମୌଳିକ ସୁବିଧାରୁ ସେମାନେ ବଞ୍ôଚତ ହୋଇରହିଛନ୍ତି । ୩ ବର୍ଷ ତଳେ ଉକ୍ତ ପଞ୍ଚାୟତ ଗଠନ ହୋଇଛି, କିନ୍ତୁ ଆଜି ପର୍ଯ୍ୟନ୍ତ ନିର୍ମାଣ ହୋଇନାହିଁ ସ୍ଥାୟୀ ପୋଲ । ଅନ୍ୟପକ୍ଷରେ ଉକ୍ତ ୨ଟି ୱାର୍ଡ଼ କିଭଳି ଭାବେ ଅବହେଳିତ ହୋଇ ଜୀବନ ଅତିବାହିତ କରୁଛନ୍ତି ତାହା ନଦେଖିବା ଲୋକ ବିଶ୍ୱାସ କରିବ ନାହିଁ । ବର୍ଷା ଆସିଲେ ଏହି ୨ ଗ୍ରାମର ଅଧିବାସୀ ମାନଙ୍କର ଜୀବନ ଜୀବିକା ସଂପୂର୍ଣ୍ଣ ଦୁର୍ବିସହ ହୋଇପଡ଼ିଥାଏ । ଗ୍ରାମକୁ ଯିବା ହେଲେ ବାଘ ନଦୀ ପାର ହୋଇ ଯିବା ଏକମାତ୍ର ଭରସା । ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ୩ କିଲୋମିଟର ଦୂରରେ ଅବସ୍ଥିତ ଏହି ୨ଟି ଗ୍ରାମ । ବିଶେଷ କରି ଭତ୍ତା ଆଣିବା ପାଇଁ ହେଉ କିମ୍ବା ଭିନ୍ନକ୍ଷମମାନଙ୍କ ପାଇଁ ଯାତାୟତ ଜୀବନମରଣ ସହିତ ଲଢେଇ କରନ୍ତି । ପୋଲ ନିର୍ମାଣ ପାଇଁ ଅନେକ ଥର ଦାବି କରିଛନ୍ତି, କିନ୍ତୁ ଉକ୍ତ ଗ୍ରାମଟି ମାଓ ପ୍ରବଳ ଓ ଅପହଞ୍ଚ ଇଲାକାରେ ଥିବା ଯୋଗୁଁ ଆଜି ପର୍ଯ୍ୟନ୍ତ କାହାର ପାଦ ପଡ଼ିନାହିଁ ବୋଲି ପ୍ରକାଶ କରିଛନ୍ତି ଗ୍ରାମର ଗୋବିନ୍ଦ୍ର ଚନ୍ଦ୍ର କହଁର, ପିତାମ୍ବର କହଁର, ଉଦ୍ଧବ କହଁର ପ୍ରମୁଖ । ଗାଁରେ ମଧ୍ୟ ନାହିଁ ଅଙ୍ଗନୱାଡ଼ି କେନ୍ଦ୍ର । ବାଧ୍ୟ ହୋଇ ପିଲାମାନେ ବ୍ରାହାପଦର ଅଙ୍ଗନୱାଡ଼ି କେନ୍ଦ୍ରକୁ ଯିବାକୁ ବାଧ୍ୟ ହୋଇଥାନ୍ତି ବୋଲି ପ୍ରକାଶ କରିଛନ୍ତି ସରପଞ୍ଚ ସୁମିତ୍ରା କହଁର । ଯେଉଁ ନଦୀ ଉପରେ ବର୍ତ୍ତମାନ ଗ୍ରାମବାସୀ କାଠ ପୋଲ ନିର୍ମାଣ କରି ଯାତାୟତ କରୁଛନ୍ତି ଉକ୍ତ ସ୍ଥାନ ଗସ୍ତ ପରେ ସ୍ଥିତିର ସମୀକ୍ଷା କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଡିଓ ରଶ୍ମିରଞ୍ଜନ ମହନ୍ତ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking