31.1 C
Bhubaneswar
Friday, March 29, 2024
Homeକରୋନାଖୁବ୍‌ଶୀଘ୍ର ୫ରୁ ଉର୍ଦ୍ଧ୍ୱ ବୟସର ପିଲାଙ୍କ ପାଇଁ ଆସିବ ଟିକା

ଖୁବ୍‌ଶୀଘ୍ର ୫ରୁ ଉର୍ଦ୍ଧ୍ୱ ବୟସର ପିଲାଙ୍କ ପାଇଁ ଆସିବ ଟିକା

ନୂଆଦିଲ୍ଲୀ : ଦେଶରେ ଖୁବ୍‌ଶୀଘ୍ର ୫ ବର୍ଷ ବୟସରୁ ଉର୍ଦ୍ଧ୍ୱ ବର୍ଷର ପିଲାଙ୍କ ପାଇଁ କରୋନା ଟିକା ମିଳିଯିବ । କୋବୋଭାକ୍ସ ଟିକାକୁ ଦ୍ୱିତୀୟ ଓ ତୃତୀୟ ଟ୍ରାଏଲ୍‌ ପାଇଁ ମଞ୍ଜୁରି ମିଳିଥିବା ଜଣାପଡିଛି । ଜୈବ ପ୍ରାଦ୍ଦ୍ୟୋଗିକ ବିଭାଗ (ଡିବିଟି) କହିଛି ଯେ, ଜୈବିକ ଇକୁ ୫ ବର୍ଷ ବୟସର ଅଧିକ ବୟସର ପିଲାଙ୍କୁ କୋଭିଡ୍‌- ୧୯ ଟିକା କୋବୋଭାକ୍ସକୁ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରିକ୍ଷଣ ପାଇଁ ଡିସିଜିଆଇରୁ ଅନୁମତି ମିଳିଛି । ବିଶେଷଜ୍ଞ ଦଳ ଟିକା ପରିକ୍ଷଣ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ବିଶେଷଜ୍ଞମାନେ ଅନୁମାନ ଲଗାଇଥିଲେ ଯେ, ଯଦି କରୋନାର ତୃତୀୟ ଲହର ଆସିବ ତେବେ ଏହା ପିଲାମାନଙ୍କ ଉପରେ ବିଶେଷ ପ୍ରଭାବ ପକାଇବ । ଚଳିତ ମାସରେ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି । ଏଥିପାଇଁ ଟିକା କବଚ ଭଳି କାମ କରିବ । ସୂଚନାନୁଯାୟୀ, ହାଇଦ୍ରାବାଦ ସ୍ଥିତ ଔଷଧ କମ୍ପାନୀ ବାୟୋଲୋଜିକାଲ ଇକୁ ଭ୍ୟାକ୍ସିନ୍‌ କୋବୋଭାକ୍ସ ଭାରତରେ ସେପ୍ଟେମ୍ବର ଶେଷ ସୁଦ୍ଧା ଆସିବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking