28.1 C
Bhubaneswar
Saturday, April 20, 2024
Homeକରୋନାଓମିକ୍ରମ୍ ପାଇଁ ଭ୍ୟାକ୍ସିନ୍ ପ୍ରସ୍ତୁତ କଲା ଜେନୋଭା ଫାର୍ମା

ଓମିକ୍ରମ୍ ପାଇଁ ଭ୍ୟାକ୍ସିନ୍ ପ୍ରସ୍ତୁତ କଲା ଜେନୋଭା ଫାର୍ମା

ପୁଣେ: ପ୍ରଥମ ଥର ପାଇଁ କରୋନାର ନୂଆ ଭାରିଆଣ୍ଟ୍ ଓମିକ୍ରନ୍ ବିରୋଧରେ ଲଢ଼େଇ ପାଇଁ ଭାରତରେ ଭ୍ୟାକ୍ସିନ୍ ପ୍ରସ୍ତୁତ ହୋଇଛି । ପୁଣେ ଆଧାରିତ ଔଷଧ ନିର୍ମାତା ଜେନୋଭା ଫାର୍ମାସ୍ୟୁଟିକାଲ୍ ଲିମିଟେଡ୍ ଏହି ଓମିକ୍ରମ୍ ଭାରିଆଣ୍ଟ୍‌-ସ୍ପେଶିଫିକ୍ ଭ୍ୟାକ୍ସିନ୍ ପ୍ରସ୍ତୁତ କରିଛି ଏବଂ ଖୁବ୍‌ଶୀଘ୍ର ଏହାର ହ୍ୟୁମ୍ୟାନ୍ ଟ୍ରାଏଲ୍ ଆରମ୍ଭ ହେବ । ଏହି ଭାରିଆଣ୍ଟ୍‌-ସ୍ପେଶିଫିକ୍ ଭ୍ୟାକ୍ସିନ୍ ଦେଶର ପ୍ରଥମ ଏମ୍‌ଆର୍‌ଏନ୍‌ଏ ଟେକ୍ନୋଲୋଜି ଆଧାରିତ ଭ୍ୟାକ୍ସିନ୍ । ସୂଚନାଯୋଗ୍ୟ, ଏହି କମ୍ପାନୀ କରୋନାର ସବୁଠୁ ବିପଜ୍ଜନକ ଭାରିଆଣ୍ଟ୍ ଡେଲ୍‌ଟା ନିମନ୍ତେ ମଧ୍ୟ ଦେଶରେ ଏପରି ଭାରିଆଣ୍ଟ୍‌-ସ୍ପେଶିଫିକ୍ ଭ୍ୟାକ୍ସିନ୍ ପ୍ରସ୍ତୁତ କରିଥିଲା ।

ତେବେ ଏହାର ଦୁଇଟି ପର୍ଯ୍ୟାୟ ଟ୍ରାଏଲ୍ ସରିଥିବା ବେଳେ ଅନ୍ତିମ ପର୍ଯ୍ୟାୟ ଟ୍ରାଏଲ୍ ପାଇଁ ଭାରତ ସରକାରଙ୍କ ମଞ୍ଜୁରୀ ଅପେକ୍ଷାରେ ରହିଛି କମ୍ପାନୀ । ଏମ୍‌ଆର୍‌ଏନ୍‌ଏ ଅର୍ଥାତ୍ ମେସେଞ୍ଜର୍‌-ଆର୍‌ଏନ୍‌ଏ ଜେନେଟିକ୍ କୋଡ୍‌ର ଏକ ଛୋଟିଆ ଅଂଶ, ଯାହା ଆମ ସେଲ୍ସ (କୋଶିକା)ରେ ପ୍ରୋଟିନ୍ ସୃଷ୍ଟି କରିଥାଏ । ସରଳ ଭାଷାରେ କହିବାକୁ ଗଲେ ଆମ ଶରୀର ଉପରେ ଯେତେବେଳେ କୌଣସି ଭାଇରସ୍ ବା ବ୍ୟାକ୍ଟେରିଆ ଆକ୍ରମଣ କରେ, ସେତେବେଳେ ସେହି ବ୍ୟାକ୍ଟେରିଆ ବା ଭାଇରସ୍ ବିରୋଧରେ ଲଢ଼େଇ ପାଇଁ ପ୍ରୋଟିନ୍ ସୃଷ୍ଟି କରିବାକୁ ଏମ୍‌ଆର୍‌ଏନ୍‌ଏ ଟେକ୍ନୋଲୋଜି କୋଶିକାଗୁଡ଼ିକୁ ମେସେଜ୍ ପଠାଇଥାଏ । ଫଳରେ ଆମର ଇମ୍ୟୁନୋ ସିଷ୍ଟମ୍‌କୁ ଯେଉଁ ଜରୁରୀ ପ୍ରୋଟିନ୍ ଆବଶ୍ୟକ, ତାହା ମିଳି ଯାଇଥାଏ ଏବଂ ଆମ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking