19.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶମୋଦୀ-ବାଇଡେନଙ୍କ ବୈଠକ ପୂର୍ବରୁ ଆମେରିକା ଜାରି କଲା ବୟାନ

ମୋଦୀ-ବାଇଡେନଙ୍କ ବୈଠକ ପୂର୍ବରୁ ଆମେରିକା ଜାରି କଲା ବୟାନ

ନୂଆଦିଲ୍ଲୀ: ଟୋକିଓରେ ଆୟୋଜିତ ୧୪ ତମ କ୍ବାଡ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଭିତରେ ଏକ ସ୍ବତନ୍ତ୍ର ବୈଠକ ଆୟୋଜିତ ହେବାକୁ ଯାଉଛି। ତେବେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହେବାକୁ ଥିବା ଏହି ବୈଠକ ପୂର୍ବରୁ ଆମେରିକା ଏକ ବୟାନ ଜାରି କରିଛି। ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜ୍ୟାକ୍ ସାଲଭିନ କହିଛନ୍ତି ଯେ ମାନବିକ ଅଧିକାର ତଥା ମୌଳିକ ସ୍ୱାଧୀନତା ସୁନିଶ୍ଚିତ କରିବା ପ୍ରସଙ୍ଗରେ ଭାରତକୁ ଅଲଗା କରି ବୁଝାଯିବ ନାହିଁ। ଆମେରିକା ଏନଏସଏ ର ଏହି ବୟାନ ଜାପାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ହେବାକୁ ଥିବା ଦ୍ବିପାକ୍ଷିକ ଆଲୋଚନା ପୂର୍ବରୁ ଜାରି କରାଯାଇଛି। ଜାପାନର ରାଜଧାନୀ ଟୋକିଓରେ ଆମେରିକା, ଜାପାନ, ଅଷ୍ଟ୍ରେଲିଆ ଓ ଭାରତର ସଦସ୍ୟତା ସମ୍ପନ୍ନ କ୍ବାଡ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ଏହି ଚାରୋଟି ଦେଶର ରାଷ୍ଟ୍ରମୁଖ୍ୟ ଏହି ବୈଠକରେ ଯୋଗ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking