40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଅଗ୍ନିକାଣ୍ଡରେ ଦୁଇବଖରା ଗୁହାଳ ଘର ଭସ୍ମୀଭୂତ

ଅଗ୍ନିକାଣ୍ଡରେ ଦୁଇବଖରା ଗୁହାଳ ଘର ଭସ୍ମୀଭୂତ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଦେଉଳପଡା ପଂଚାୟତର ଓରତ ଗ୍ରାମରେ ଭ୍ରମରବର ସେଠୀଙ୍କ ଗୁହାଳ ଘରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡର ପ୍ରକୋପ ଏତେ ମାତ୍ରାରେ ଥିଲା ଯେ, ଗୁହାଳ ଘରେ ବନ୍ଧା ଯାଇଥିବା ଗାଇ ଓ ମେଣ୍ଢାକୁ ବଞ୍ଚାଇବା ପାଇଁ ଗ୍ରାମବାସୀ ମାନେ ଯେତେ ଚେଷ୍ଟା କରିଥିଲେ ମଧ୍ୟ ଉଦ୍ଧାର କରିପାରିନଥିଲେ । କିଛି ସମୟ ପରେ ମହାକାଳପଡ଼ା ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ସେତେବେଳକୁ ଅଗ୍ନିକାଣ୍ଡରେ ଗାଇ ଓ 5ଟି ମେଣ୍ଢା ଜୀବନ୍ତ ଦଗ୍ଧ ହୋଇ ଜାଇଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଘଟଣା ସ୍ଥଳରେ ଅଳାଇଲୋ ରାଜସ୍ୱ ନିରୀକ୍ଷକ ପୁଲିରାମ କିସ୍କୁ ପହଞ୍ଚି ଅଗ୍ନିକାଣ୍ଡର କ୍ଷୟକ୍ଷତିର ଆକଳନ କରିଥିବା ବେଳେ ଅଗ୍ନିକାଣ୍ଡରେ ଦଗ୍ଧ ହୋଇ ମରିଜାଇଥିବା ଗାଇ ଓ ମେଣ୍ଢାକୁ ମହାକାଳପଡ଼ା ପ୍ରାଣୀ ଚିକିତ୍ସାଳୟକୁ ବ୍ୟବଛେଦ ପାଇଁ ପଠାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking