34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଟିଭି ଫାଟି ଚାଲିଗଲା ନାବାଳକର ଜୀବନ

ଟିଭି ଫାଟି ଚାଲିଗଲା ନାବାଳକର ଜୀବନ

ଗାଜିଆବାଦ: ଉତ୍ତର ପ୍ରଦେଶର ଗାଜିଆବାଦରେ ଏଲ୍‌ଇଡି ଟେଲିଭିଜନ ଫାଟି ୧୬ ବର୍ଷିୟ ନାବାଳକର ମୃତ୍ୟୁ । ଘଟଣାରେ ତା’ର ମାଆ, ଭାଉଜ ଓ ଜଣେ ସାଂଗ ମଧ୍ୟ ଆହତ ହୋଇଛନ୍ତି । ଟିଭି ଏତେ ଜୋର ଫାଟିଥିଲା ଯେ, କଂ‌କ୍ରିଟ୍‌ ସ୍ଲାବ୍‌ ଓ ଘର କାନ୍ଥ ଭାଙ୍ଗି ଯାଇଛି। ଘଟଣାରେ ପଡ଼ୋଶୀମାନେ ମଧ୍ୟ ଭୟଭୀତ ହୋଇଯାଇଥିଲେ । ମୃତ ନାବାଳକ ଓମେନ୍ଦ୍ରଙ୍କ ମୁହଁ, ଛାତି ଓ ବେକରେ ଫାଟିଯାଇଥିବା ଟେଲିଭିଜନର କିଛି ଅଂଶ ପଶିଯାଇଛି । ମୃତ ନାବାଳକଙ୍କ ପଡ଼ୋଶୀଙ୍କ କହିବା କଥା ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଣି ଆମେ ସମସ୍ତେ ଧାଇଁ ଆସିଥିଲୁ । ଘରେ ଟିଭି ଭାଙ୍ଗି ଯାଇଥିବା ବେଳେ କାନ୍ଥ ମଧ୍ୟ ଭୁସୁଡି ପଡିଥିଲା । ଘଟଣାର ତଦନ୍ତ ଚାଲିଥିବା କଥା ପୁଲିସ କହିଛି । ଏଠି ପ୍ରଶ୍ନ ଉଠୁଛି କାହିଁକି ଫାଟିଲା ଟିଭି । ଟେଲିଭିଜନ ଭଳି ଇଲେକଟ୍ରୋନିକ୍ସ ସାମଗ୍ରୀ ସମସ୍ତଙ୍କ ଘରେ ଥିବାବେଳେ ଏଭଳି ଟିଭି ଫାଟିବା ଖବର ସମସ୍ତଙ୍କ ପାଇଁ ନିଶ୍ଚୟ ଚିନ୍ତା ଜନକ । ବର୍ତ୍ତମାନ ସମୟରେ ଘରର ପିଲାମାନେ ଅଧିକ ସମୟ ଟିଭି ଦେଖୁଛନ୍ତି । ପ୍ରତି ଘରେ ଏଭଳି କିଛି ଯଦି ଘଟଣା ଘଟେ ସେଥିପାଇଁ ଦାୟୀ କିଏ । ଟିଭି ଆମ ପାଇଁ କେତେ ସୁରକ୍ଷିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking