33.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶସେପ୍ଟେମ୍ବର ୧ରୁ ସୁପ୍ରିମ କୋର୍ଟରେ ଅଦାଲତ ପ୍ରକୋଷ୍ଠରେ ଶୁଣାଣି

ସେପ୍ଟେମ୍ବର ୧ରୁ ସୁପ୍ରିମ କୋର୍ଟରେ ଅଦାଲତ ପ୍ରକୋଷ୍ଠରେ ଶୁଣାଣି

ନୂଆଦିଲ୍ଲୀ : ସେପ୍ଟେମ୍ବର ୧ରୁ ସୁପ୍ରିମ କୋର୍ଟରେ ଅଦାଲତ ପ୍ରକୋଷ୍ଠରେ ମାମଲାଗୁଡିକର ଶୁଣାଣି ଆରମ୍ଭ ହେବ। କୋଭିଡ-୧୯ ମହାମାରୀ କାରଣରୁ ଅଦାଲତ ପ୍ରକୋଷ୍ଠରେ ଶୁଣାଣି ପ୍ରାୟ ୧୭ ମାସ ହେଲା ବନ୍ଦ ରହିଥିଲା। ଏହି ସମୟ ମଧ୍ୟରେ ମାନ୍ୟବର ବିଚାରପତିଗଣ ଭିଡିଓ କନଫରେନ୍ସିଂ ଜରିଆରେ ମାମଲାଗୁଡିକର ଶୁଣାଣି କରୁଥିଲେ। ତେବେ ସର୍ବୋଚ୍ଚ ଅଦାଲତ ସାଂପ୍ରତିକ ପରିସ୍ଥିତିକୁ ବିଚାରକୁ ନେଇ ଅଦାଲତ ପ୍ରକୋଷ୍ଠରେ ଶୁଣାଣି ପାଇଁ ଅନୁମତି ଦେଇଛନ୍ତି। ଅବଶ୍ୟ ଭିଡିଓ କନଫରେନ୍ସିଂ ଜରିଆରେ ଶୁଣାଣି ବିକଳ୍ପ ମଧ୍ୟ ଉନ୍ମୁକ୍ତ ରହିବ ବୋଲି ମାନ୍ୟବର ସର୍ବୋଚ୍ଚ ଅଦାଲତ କହିଛନ୍ତି। ଓର୍ବୋଚ୍ଚ ଅଦାଲତ ଅଦାଲତ ପ୍ରକୋଷ୍ଠରେ ଅଥବା ଭିଡିଓ କନଫରେନ୍ସିଂ ଜରିଆରେ ଶୁଣାଣି ମଧ୍ୟରୁ ଗୋଟିକୁ ବାଛିବାକୁ ଆଇନଜୀବୀମାନଙ୍କୁ କହିଥିବା ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି।

କୋଭିଡ ସମ୍ପର୍କିତ ସମସ୍ତ କଟକଣାକୁ କଡାକଡି ଭାବରେ ପାଳନ କରାଯାଇ ଅଦାଲତ ପ୍ରକୋଷ୍ଠରେ ଶୁଣାଣି ଆରମ୍ଭ ହେବ। ଦେଶରେ କରୋନାର ତୃତୀୟ ଲହର ଆଶଙ୍କାକୁ ଦୃଷ୍ଟିରେ ରଖି ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମନା ଅଦାଲତ ପ୍ରକୋଷ୍ଠରେ ମାମଲା ଶୁଣାଣି ସଂକ୍ରାନ୍ତରେ ଏକାଧିକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସୂଚନାଯୋଗ୍ୟ ଯେ ବିଭିନ୍ନ ବାର୍‍ ଆସୋସିଏସନ, ଆଇନଜୀବୀଙ୍କ ପକ୍ଷରୁ ଏକାଧିକ ପତ୍ର ହସ୍ତଗତ ହେବା ଏବଂ ଅଦାଲତ ପ୍ରକୋଷ୍ଠରେ ଶୁଣାଣି ଆରମ୍ଭ କରିବାକୁ ବିଚାରପତିମାନଙ୍କୁ ନେଇ ଗଠିତ ସୁପାରିଶ ଆଧାରରେ ସର୍ବୋଚ୍ଚ ଅଦାଲତ ଏଭଳି ନିଷ୍ପତ୍ତି ନେଇଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking