27.8 C
Bhubaneswar
Thursday, April 18, 2024
Homeଓଡିଶାଆରୋଗ୍ୟରେ ଓଡିଶାର ସ୍ଥାନ ୧୧

ଆରୋଗ୍ୟରେ ଓଡିଶାର ସ୍ଥାନ ୧୧

ନୂଆଦିଲ୍ଲୀ: ମହାମାରୀ କରୋନାରୁ ଆରୋଗ୍ୟ କ୍ଷେତ୍ରରେ ଟପ୍ ୧୫ ରାଜ୍ୟ ତାଲିକା ପ୍ରକାଶ ପାଇଛି । କରୋନା ସଂକ୍ରମଣରୁ ଆରୋଗ୍ୟ କ୍ଷେତ୍ରରେ ଓଡିଶା ୧୧ ତମ ସ୍ଥାନରେ ରହିଛି । ପ୍ରଥମରେ ଚଣ୍ଡିଗଡରେ ଆରୋଗ୍ୟ ହାର ୮୨.୩ ପ୍ରତିଶତ ରହିଥିବା ବେଳେ ମେଘାଳୟରେ ୮୦.୮%, ରାଜସ୍ଥାନରେ ୭୯.୬%, ଉତ୍ତରାଖଣ୍ଡ ୭୮.୬%, ଛତିଶଗଡରେ ୭୮.୩%, ତ୍ରିପୁରାରେ ୭୮.୩%, ବିହାରରେ ୭୭.୫%, ମିଜୋରାମରେ ୭୬.୯%, ମଧ୍ୟପ୍ରଦେଶରେ ୭୬.୯%, ଝାରଖଣ୍ଡରେ ୭୬.୬%, ଓଡିଶାରେ ୭୩.୨%, ଗୁଜୁରାଟରେ ୭୨.୩%, ହରିୟାଣାରେ ୭୦.୩%, ଲାଦାଖରେ ୭୦.୧%, ଉତ୍ତରପ୍ରଦେଶରେ ୬୯.୧% ରହିଛି । ତେବେ ବର୍ତମାନ ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଉଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛନ୍ତି ।

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ଟପିଲା । ବତ୍ତମାନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ୪ହଜାର ୬୪୧କୁ ବୃଦ୍ଧିପାଇଛି । ସେଥିମଧ୍ୟରୁ ୧୭, ୮୩୪ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ୨୪ଘଣ୍ଟାରେ ୧୯ହଜାର ୧୪୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୩୪ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ଦେଶରେ ୨ଲକ୍ଷ ୨୬ହଜାର ୯୪୭ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ୩ଲକ୍ଷ ୫୯ହଜାର ୮୬୦ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୧ଲକ୍ଷ ୮୦ହଜାର ୨୯୮ଜଣ ଆକ୍ରାନ୍ତ ଚସିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୮୦୫୩ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking