32.1 C
Bhubaneswar
Thursday, March 28, 2024
Homeଖେଳଟୋକିଓ ଅଲିମ୍ପିକ୍ସ ସବୁଠୁ ବ୍ୟୟବହୁଳ

ଟୋକିଓ ଅଲିମ୍ପିକ୍ସ ସବୁଠୁ ବ୍ୟୟବହୁଳ

ଟୋକିଓ: ବହୁ ବାଧାବିଘ୍ନ ମଧ୍ୟରେ ଗତବର୍ଷ ଟୋକିଓ ଅଲିମ୍ପିକ୍ସ ସଫଳତାର ସହିତ ଶେଷ ହୋଇଥିଲା । କୋଭିଡ୍ ମହାମାରୀ କାରଣରୁ ଗୋଟିଏ ବର୍ଷ ବିଳମ୍ବରେ ଆୟୋଜିତ ହୋଇଥିବା ଟୋକିଓ କ୍ରୀଡ଼ା ଇତିହାସରେ ସବୁଠୁ ବ୍ୟୟବହୁଳ ଅଲିମ୍ପିକ୍ସ ସାବ୍ୟସ୍ତ ହୋଇଛି । କୋଭିଡ୍ ଯୋଗୁଁ ଏହି କ୍ରୀଡ଼ା ଆୟୋଜନ ପାଇଁ ଜାପାନକୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା ଏବଂ ଗୋଟିଏ ବର୍ଷ ବିଳମ୍ବ ଯୋଗୁଁ ଏହାର ଖର୍ଚ୍ଚ ବହୁ ଗୁଣରେ ବୃଦ୍ଧି ପାଇଥିଲା, ଯାହା ଫଳରେ ଏହା ସବୁଠୁ ବ୍ୟବବହୁଳ ହୋଇଥିଲା ।

ଟୋକିଓ କ୍ରୀଡ଼ା ଆୟୋଜନରେ ଜାପାନ ସରକାରଙ୍କୁ ପ୍ରାୟ ୧.୪୨ ଲକ୍ଷ କୋଟି ୟେନ୍ ଅର୍ଥାତ୍ ପ୍ରାୟ ୧୦୪୫ କୋଟି ଡଲାର ବ୍ୟୟ କରିବାକୁ ପଡ଼ିଥିଲା । ୨୦୧୩ରେ ମିଳିଥିବା ଆୟୋଜନ ଅଧିକାର ମିଳିବା ବେଳେ କରାଯାଇଥିବା ଖର୍ଚ୍ଚର ଅନୁମାନଠାରୁ ଏହା ଦୁଇଗୁଣ ଅଧିକ । ମଙ୍ଗଳବାର ଟୋକିଓ ଅଲିମ୍ପିକ୍ ଅଧିକାରୀ ଏକ ବୈଠକରେ କ୍ରୀଡ଼ା ସମ୍ପର୍କିତ ଅନ୍ତିମ ବ୍ୟୟ ବିବରଣୀ ରଖିଥିଲେ ।

ଡଲାର ଏବଂ ଜାପାନୀ ମୁଦ୍ରା ୟେନ୍ ମଧ୍ୟରେ ବିନିମୟ ଦରରେ ଉତ୍‌ଥାନ ପତନ ଯୋଗୁଁ ଏହି ହିସାବ କରିବା ବହୁ ଆହ୍ୱାନପୂର୍ଣ୍ଣ ଥିଲା । ଯେତେବେଳେ ଏହି କ୍ରୀଡ଼ା ସମ୍ପନ୍ନ ହେଲା ସେତେବେଳେ ଆୟୋଜକ ଏଥିରେ ୧୫.୪ ବିଲିୟନ୍ ଡଲାର ଖର୍ଚ୍ଚ ହୋଇଥିବା ଅନୁମାନ କରିଥିଲେ । ମାତ୍ର ୪ ମାସ ପରେ ମୋଟ ଖର୍ଚ୍ଚ ୧୩.୫ ବିଲିୟନ୍ ଡଲାର ହୋଇଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଥିଲା । ସେହିପରି ଷ୍ଟାଡିୟମ୍‌ରେ ପ୍ରଶଂସକଙ୍କୁ ଅନୁମତି ମିଳିନଥିବାରୁ ସୁରକ୍ଷା, ଭେନ୍ୟୁ ରକ୍ଷଣାବେକ୍ଷଣ ଆଦି ଖର୍ଚ୍ଚ କମ୍ ଥିଲା, ଯାହା ଫଳରେ କିଛିଟା ସଞ୍ଚୟ ହୋଇପାରିଥିଲା । ତେବେ ଟିକେଟ୍ ବିକ୍ରି ନହେବାରୁ ଆୟୋଜକଙ୍କୁ କିଛି କ୍ଷତି ସହିବାକୁ ପଡ଼ିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking