26.1 C
Bhubaneswar
Friday, March 29, 2024
Homeଓଡିଶାବନ୍ଦେ ଉତ୍କଳ ଜନନୀ ସଙ୍ଗୀତର ଗାନ କରିବା ଅବଧି ୨ମିନିଟ ୧୧ ସେକେଣ୍ଡ : ସଂସ୍କୃତି...

ବନ୍ଦେ ଉତ୍କଳ ଜନନୀ ସଙ୍ଗୀତର ଗାନ କରିବା ଅବଧି ୨ମିନିଟ ୧୧ ସେକେଣ୍ଡ : ସଂସ୍କୃତି ସଚିବ

ଭୁବନେଶ୍ୱର : ବନ୍ଦେ ଉତ୍କଳ ଜନନୀ ସଙ୍ଗୀତର ଅବଧିକୁ ନେଇ ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କ ତରଫରୁ ସୂଚନା ଦିଆଯାଇଛି । ୨ମିନିଟ ୧୧ ସେକେଣ୍ଡ ଅବଧି ବିଶିଷ୍ଟ ହେବ ବନ୍ଦେ ଉତ୍କଳ ଜନନୀ । ତେବେ ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀକୁ ଗାଇବା ସମୟରେ ସମସ୍ତଙ୍କୁ ଠିଆ ହୋଇ ଗାଇବାକୁ ପଡ଼ିବ । ଏଥିପାଇଁ ଗାନ କରିବା ଅବଧିକୁ ହ୍ରାସ କରାଯାଇଛି । ତେବେ ଗୀତର ସମସ୍ତ ୬ଟି ପଦକୁ ପୂର୍ବବତ ରଖାଯାଇଛି । ଗାଇଲା ବେଳେସମସ୍ତ ୬ଟି ପଦକୁ ଗାନ କରାଯିବ କିନ୍ତୁ କୌଣସି ଧାଡ଼ିର ପୁନରାବୃତ୍ତି କରାଯିବ ନାହିଁ । ସଙ୍ଗୀତ ଗାନର ଶୈଳୀ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ଶୈଳୀରେ ବୋଲାଯିବ ବୋଲି କୁହାଯାଇଛି । ଏହା ସରକାରୀ ଢାଞ୍ଚାରେ ହେବ ଏବଂ ଏଥିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ । ଢଞ୍ଚାନୁଯାୟୀ ସମସ୍ତଙ୍କୁ ଗାନ କରିବାକୁ ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ କହିଛନ୍ତି ।
ଗତ ରବିବାର ଛୁଟିଦିନରେ କ୍ୟାବିନେଟ୍‌ର ଜରୁରୀ ବୈଠକ ବସି ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଂଗୀତର ମାନତା ଦିଆଯାଇଥିଲା । ଭିଡିଓ କନ୍‌ଫେରେସିଂ ମାଧ୍ୟମରେ ଏହି ବୈଠକ ବସିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ରହି ଭିଡିଓ କନ୍‌ଫେରେସିଂ ମାଧ୍ୟମରେ ଏଥିରେ ଅଧ୍ୟକ୍ଷତା କରିଥିଲେ । କରୋନା ମହାମାରୀ ସହିତ ଲଢ଼ିଥିବା ବିଭିନ୍ନ କ୍ଷେତ୍ରର ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ମେ’ ୩୦ତାରିଖରେ ସନ୍ଧ୍ୟା ୫.୩୦ରେ ଗାନ କରିବା ପାଇଁ ଓଡ଼ିଶା ବାସୀଙ୍କୁ ଆହ୍ୱାନ ଦେଇଥିଲେ । ସେ ସମୟରେ ଏହାକୁ ନେଇ କିଛି ସମାଲୋଚନା ସ୍ୱର ଉଠିଥିଲା। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ଏହି ସଂଗୀତକୁ ମାନ୍ୟତା ଦେବା ପାଇଁ ବହୁ ପୂର୍ବରୁ ଉଦ୍ୟମ ହୋଇଥିଲା । କିନ୍ତୁ ରାଜ୍ୟ ସଂଗୀତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା । ବିଧାନସଭାରେ ମଧ୍ୟ ସର୍ବସମ୍‌ତ ପ୍ରସ୍ତାବ ଗୃହୀତ ହୋଇଥିଲା । କେନ୍ଦ୍ର ସରକାର ଜଣାଇଥିଲେ ଯେ, ରାଜ୍ୟ ଏହାକୁ ନିଜସ୍ୱ ସଂଗୀତ ଭାବରେ ମାନ୍ୟତା ଦେଇପାରେ । କିନ୍ତୁ ଏଥି ନେଇ କେନ୍ଦ୍ର କୌଣସି ଅନୁମତି ଦେଇପାରିବ ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking