26.1 C
Bhubaneswar
Wednesday, August 10, 2022
Homeରଥଯାତ୍ରାତିନିରଥର ବେଦି ସିହାଁସନ ସମେତ ବେଦି ଚତୁର୍ପାର୍ଶ୍ୱରେ ପଟାପଡିବା ସମ୍ପୂର୍ଣ୍ଣ

ତିନିରଥର ବେଦି ସିହାଁସନ ସମେତ ବେଦି ଚତୁର୍ପାର୍ଶ୍ୱରେ ପଟାପଡିବା ସମ୍ପୂର୍ଣ୍ଣ

ପୁରୀ: ପାଖେଇ ଆସୁଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ତିନିରଥର ବେଦି ନିର୍ମାଣ ପାଇଁ ଆଗ, ପଛ ଢ଼ମକ ଉପରେ ୫ଟି ଜଗତ ପୃଷ୍ଠ ଶେଣୀ ପଡି ଦୁଇପାର୍ଶ୍ୱରେ ତିନିଗୋଟି ଲେଖାଁଏ ବାହୁଟ ଫାଳିଆ ପଡି ପଟା ବାଡ଼ିଆ କାର୍ଯ୍ୟ ଆରମ୍ଭ ହୋଇଥିଲା । ଶୁକ୍ରବାର ତିନିରଥର ବେଦି ସିହାଁସନ ସମେତ ବେଦି ଚତୁର୍ପାର୍ଶ୍ୱରେ ପଟାପଡିବା ସମ୍ପୂର୍ଣ ହୋଇଅଛି । ଏଥିସହ ତିନିରଥର ୧୨ଗୋଟି ଦୁଆର ବେଢ଼ା ସହ ୨୪ ଗୋଟି ନାଟଗୋଡ଼ ତିନିରଥର ଦୁଆର ବେଢାରେ ସଂଯୁକ୍ତ ହୋଇ ଲାଗିଥିଲା । ରଥ ସିହାଁସନ ବେଦି ଉପର ପ୍ରଥମ ଭୂଇଁ ମଧ୍ୟଭାଗରେ କନକ ମୁଣ୍ଡି ବସି, କନକ ମୁଣ୍ଡିରୁ ଚାରି ଗୋଟି କାଣ୍ଡ ଏବଂ ୨୦ଗୋଟି ରୁଅ ଗମ୍ବୁଜାକାର ଭାବେ ସେଟିଙ୍ଗ କରାଯାଇଥିଲା । ଏହାପରେ ସେଥିରେ ପିତଳ ଚଦର ଆବରଣ ବର୍ଷା ପାଣି ନପଡିବା ପାଇଁ ଫିଟିଙ୍ଗ କରାଯିବ ।

ଏଥିସହ ତିନିରଥର ତିନିଗୋଟି ଲେଖାଁଏ ବିଜେ ଚକା ନିର୍ମାଣ ଶେଷ ହୋଇଅଛି । ଅନ୍ୟପଟେ ରୂପକାର ସ୍ୱେକ ମାନେ ତିନି ରଥର ପ୍ରଭାରେ ରୂପ ଖୋଦେଇ ଜାରୀ ରଖିଛନ୍ତି । ଏଥିସହ ଚିତ୍ରକାର ସ୍ୱେକ ମାନେ ଆଜି ୨୪ ଗୋଟି ନାଟଗୋଡ଼ରେ ଖୋଦେଇ ରୂପ ମାନଙ୍କରେ ରଙ୍ଗ କାର୍ଯ୍ୟ ଶେଷ କରି ତିନି ରଥରେ ଫିଟିଙ୍ଗ ପାଇଁ ଯୋଗାଇବା ସହ ତିନିରଥର ୮ଟି ଲେଖାଁଏ କନ୍ୟା ପଟାରେ କନ୍ୟା ଚିତ୍ର ଅଙ୍କନ କରି ସେଗୁଡିକ କୋଣ ଗୁଜ ନିକଟ ଦଣ୍ଡା ମୁହାଁଟ ଏବଂ ନିରାଡ଼ିରେ ଫିଟିଙ୍ଗ କରାଯାଇଥିଲା ।

ତିନିରଥର ୨୭ ଗୋଟି ଶିଖର ଡମ୍ବରୁ(ପାର୍ଶ୍ୱ ଦେବ ଦେବୀ ଆସ୍ଥାନ) ରଙ୍ଗକାର୍ଯ୍ୟ ଶେଷ କରି ପ୍ରତି ରଥର ୯ ଟି ଲେଖାଁଏ ପାର୍ଶ୍ୱ ଦେବ ଦେବୀ, ତିନିରଥର ୨୭ ଗୋଟି ସଖି,ହଂସ ପଟା ତିନିରଥରେ ସେଟିଙ୍ଗ ହୋଇଥିବା ଗୁଜ ଗୁଡିକରେ ରୂପ ଚିତ୍ର କାର୍ଯ୍ୟ ଜାରୀ ରଖିଥିଲେ । ଦୋଳବେଦୀ ସ୍ତିତ ଅସ୍ଥାୟୀ କମାର ଶାଳରେ ତିନିରଥର ଓଝା ସ୍ୱେକମାନେ ତିନିରଥର ଦୁଆର ବେଢ଼ା ଫିଟିଙ୍ଗ ପାଇଁ ଧ୍ୱଜ ବତା କଣ୍ଟା, ଧୂଳି ଦଣ୍ଡା କଣ୍ଟା ନିର୍ମାଣ ଶେଷକରି ଯୋଗାଇବା ପରେ ଘୋଡା, ସାରଥିଙ୍କ ପାଇଁ ବାଗିଆ କଣ୍ଟା ଏବଂ ଶୁଆକଣ୍ଟା ନିର୍ମାଣ ଜାରି ରଖିଛନ୍ତି । ଅନ୍ୟପଟେ ତିନିରଥର ଦରଜୀ ସ୍ୱେକ ମାନେ ରଥ କନାରେ ଲେସ ଫିଟିଙ୍ଗ ସହ ଫୁଲ ପକା କାର୍ଯ୍ୟ ଜାରୀ ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking