36.4 C
Bhubaneswar
Wednesday, May 25, 2022
Homeଓଡିଶାବିଞ୍ଝାରପୁର ବ୍ଲକରେ ବିହାର ଫର୍ମୁଲା : ସ୍କୁଲ ଛାଡି ଗାଁ’ରେ ଫେରି କରି ପଢ଼ାଉଛନ୍ତି ଶିକ୍ଷକ

ବିଞ୍ଝାରପୁର ବ୍ଲକରେ ବିହାର ଫର୍ମୁଲା : ସ୍କୁଲ ଛାଡି ଗାଁ’ରେ ଫେରି କରି ପଢ଼ାଉଛନ୍ତି ଶିକ୍ଷକ

ବିଞ୍ଝାରପୁର: ବିଦ୍ୟାଳୟ ଛାଡ଼ି ଗାଁ ଗଣ୍ଡା ସାହି ବସ୍ତିରେ ଫେରି କରି ଶିକ୍ଷକମାନେ ଗତ ଦୁଇଦିନ ହେବ ପ୍ରାଥମିକ ପିଲାମାନଙ୍କୁ ପାଠ ପଢ଼ାଉଥିବା ଦେଖିବାକୁ ମିଳିଛି । ବିଞ୍ଝାରପୁର ବ୍ଲକରେ ବିହାର ଫର୍ମୁଲାରେ ଶିକ୍ଷାଦାନ ଦେଖି ସାଧାରଣ ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି । ଗ୍ରାମାଞ୍ଚଳରେ ଆଜି ମଧ୍ୟ ଅନେକ ସାହି ବସ୍ତି ଅଛି ଯେଉଁଠି ବସିବାର ସର୍ବନିମ୍ନ ସୁବିଧା ନାହିଁ । ବିଞ୍ଝାରପୁର ବ୍ଲକର ଶିକ୍ଷା ଅଧିକାରୀଙ୍କ ଆଦେଶକୁ ମଥାରେ ବହନ କରି ଏବେ ଶିକ୍ଷକମାନେ କରୋନା ଭୟକୁ ଛାଡି ଛାତିରେ ଛେପ ପକାଇ ଆଗେଇ ଆସିଥିବା ଦେଖିବାକୁ ମିଳିଛି । ପ୍ରକାଶ ଯେ ବିଇଓ ଶିକ୍ଷକମାନଙ୍କୁ ଡିଇଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ରିଭ୍ୟୁ ମିଟିଂ ସମ୍ପର୍କରେ ଜଣାଇବା ସହିତ ୨୩ ତାରିଖରୁ ଶିକ୍ଷକମାନେ ଲୋକାଳୟମାନଙ୍କୁ ଯାଇ ସେଠାରେ ଛାତ୍ରଛାତ୍ରୀଙ୍କୁ ଛୋଟ ଛୋଟ ଦଳରେ ବିଭକ୍ତ କରି କରୋନା ନିୟମ ଓ ସତର୍କତାର ଅନୁପାଳନକ୍ରମରେ ଶିକ୍ଷାଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଏହି ଆଦେଶର ଅନୁପାଳନ ନକରିବା ଜଣାପଡ଼ିଲେ ଏହି ଶିକ୍ଷକମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ । ଫଳତଃ ଶିକ୍ଷକ/ ଶିକ୍ଷୟିତ୍ରୀମାନେ ଫେରି କରି ପଢ଼ାଇବା ନିମନ୍ତେ ଗାଁ, ସାହି, ବସ୍ତି ଭିତରେ ବୁଲୁଥିବା ଦେଖିବାକୁ ମିଳିଛି । ଶିକ୍ଷକଶିକ୍ଷୟିତ୍ରୀମାନେ ସାନିଟାଇଜର୍ ସହିତ ନିଜେ ମାସ୍କ ଲଗାଇ ପଢ଼ାଇବା ପାଇଁ ପହଞ୍ଚିଯାଉଥିବା ବେଳେ ପିଲାମାନେ କେତେକ କ୍ଷେତ୍ରରେ ବିନା ମାସ୍କ୍‌ରେ ବସି ପଢୁଥିବା ଦେଖିବାକୁ ମିଳିଛି ।

କେତେକ ଶିକ୍ଷକଙ୍କୁ ଏନେଇ ପଚାରିବାରୁ ଦୀର୍ଘଦିନ ପରେ ପିଲାମାନଙ୍କ ସହିତ ପଢ଼ାପଢ଼ିକୁ ନେଇ ହୋଇଥିବା ଦେଖା ସାକ୍ଷାତ ସେମାନଙ୍କୁ ଆନନ୍ଦ ଦେଇଛି ବୋଲି କହିଛନ୍ତି । ଅନ୍ୟ କେତେକ ଶିକ୍ଷକ ଏହି ବ୍ୟବସ୍ଥା ପରିବର୍ତ୍ତେ ସ୍କୁଲକୁ ପିଲାମାନଙ୍କୁ ଆଣି ବସାଇବା ନିମନ୍ତେ ବିଭାଗୀୟ ଉଦ୍ୟମ ହେଉ ବୋଲି କହିଥିଲେ । କରୋନାର ତୃତୀୟ ଲହରୀକୁ ନେଇ ଅଜଣା ଆତଙ୍କ ଛାତି ଥରାଇ ଦେଉଥିବା ବେଳେ ବିଞ୍ଝାରପୁର ବ୍ଲକରେ ଏହି ଅଧ୍ୟୟନ ଉଦ୍ୟମକୁ କେତେକ ମହଲରେ ନାପସନ୍ଦ କରାଯାଇଥିବା ବେଳେ ଅନ୍ୟ କେତେକ ମହଲରେ ଏହାକୁ ସ୍ୱାଗତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking