27.6 C
Bhubaneswar
Saturday, July 20, 2024
Homeଦେଶ ବିଦେଶଆଫଗାନିସ୍ତାନର ଛାତ୍ରୀଙ୍କ ପ୍ରତି ଆହୁରି କଠୋର ହେଲା ତାଲିବାନ

ଆଫଗାନିସ୍ତାନର ଛାତ୍ରୀଙ୍କ ପ୍ରତି ଆହୁରି କଠୋର ହେଲା ତାଲିବାନ

କାବୁଲ: ଅଫଗାନିସ୍ତାନ ମହିଳାଙ୍କ ପ୍ରତି ଦିନକୁ ଦିନ କଠୋର ହେଉଛି ତାଲିବାନ । ଏବେ ଆଫଗାନିସ୍ତାନର ଛାତ୍ରୀଙ୍କ ପ୍ରତି କଠୋର ନିୟମ ଲାଗୁ କରିଛନ୍ତି ତାଲିବାନ ସରକାର । ବିଶ୍ୱବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା ଦେବାକୁ ଛାତ୍ରୀ ମାନଙ୍କୁ ବାରଣ କରାଯାଇଛି । ଏନେଇ ଆଫଗାନିସ୍ତାନର ଜଣାଶୁଣା ନ୍ୟୁଜ ଚ୍ୟାନେଲ ଟୋଲୋ ନ୍ୟୁଜ ରିପୋର୍ଟ କରିଛି । ତାଲିବାନ ଉଚ୍ଚଶିକ୍ଷା ମନ୍ତ୍ରଣାଳୟ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ଏନେଇ ଏକ ବିଜ୍ଞପ୍ତି ଜାରି କରିଛି । ଯେଉଁଥିରେ ଦର୍ଶାଯାଇଛି ଯେ, ଛାତ୍ରୀମାନେ ବିଶ୍ୱବିଦ୍ୟାଳୟରେ କୌଣସି ପରୀକ୍ଷା ପାଇଁ ଆବେଦନ କରିପାରିବେ ନାହିଁ । ପରବର୍ତ୍ତୀ ନୋଟିସ ନଆସିବା ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ । ବର୍ତ୍ତମାନ ତାଲିବାନ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଦେବାକୁ ଛାତ୍ରୀଙ୍କୁ ବାରଣ କରିଛି ତାଲିବାନ । ଏହା ପୂର୍ବରୁ ବେସରକାରୀ ସଂସ୍ଥାରେ ମହିଳାଙ୍କ ନିଯୁକ୍ତି ନେଇ କଟକଣା ଜାରି କରିଥିଲା ତାଲିବାନ । ଯାହାକୁ ନେଇ ଆଫଗାନିସ୍ତାନର ଜଣାଶୁଣା ନ୍ୟୁଜ ଚ୍ୟାନେଲ ଟୋଲୋ ନ୍ୟୁଜ ରିପୋର୍ଟ ପ୍ରକାଶ କରିଥିଲା । ଏହାକୁ ନେଇ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ତାଲିବାନର କାରସାଦି ଉପରେ ଉଦବେଗ ପ୍ରକାଶ ପାଇଥିଲା । ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ କଠୋର ନୀତି ଆପଣାଉଛି । ଗତବର୍ଷ ମାର୍ଚ୍ଚ ମାସରେ ଆଫଗାନିସ୍ତାନରେ ସମସ୍ତ ସ୍କୁଲ ଖୋଲିଥିବା ବେଳେ ବାଳିକା ବିଦ୍ୟାଳୟକୁ ବନ୍ଦ କରିଥିଲା ତାଲିବାନ । ଆଫଗାନିସ୍ତାନ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ବାଳିକାଙ୍କୁ ବିଦ୍ୟାଳୟ ଯିବାକୁ ମନା କରାଯାଇଥିଲା । ଏହା ସହିତ ସମସ୍ତ ବାଳିକା ବିଦ୍ୟାଳୟ ମଧ୍ୟ ବନ୍ଦ କରାଯାଇଥିଲା ।

ଯେପର୍ଯ୍ୟନ୍ତ ବାଳିକାଙ୍କ ଲାଗି ଏକ ଯୋଜନା ପ୍ରସ୍ତୁତ ନହୋଇଛି, ସେପର୍ଯ୍ୟନ୍ତ ବିଦ୍ୟାଳୟ ଝିଅଙ୍କ ପାଇଁ ବନ୍ଦ ରହିବ ବୋଲି ଆଫଗାନିସ୍ତାନ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଥିଲା । ସେହିପରି ମେ ମାସରେ ଆଫଗାନିସ୍ତାନରେ ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ପାଇଁ ସମ୍ପୂର୍ଣ୍ଣ ବୁର୍ଖା ପରିଧାନ କରିବା ବାଧ୍ୟତାମୂଳକ କରିଥିଲା ତାଲିବାନ ସରକାର । ମହିଳାମାନେ ସମ୍ପୂର୍ଣ୍ଣ ବୁର୍ଖା ପରିଧାନ କରିବା ନେଇ ତାଲିବାନ ମୁଖ୍ୟ ହବିତୁଲ୍ଲା ଅଖୁନ୍ଦଜାଦା ଏକ ନିର୍ଦ୍ଦେଶାନାମା ଜାରି କରିଥିଲା । ୨୦୨୧ ଅଗଷ୍ଟ ମାସ ସୁଦ୍ଧା ଆଫଗାନିସ୍ତାନକୁ ନିଜ କବଜାକୁ ନେଇଥିଲା ତାଲିବାନ । ଅନେକ କଟକଣା ମଧ୍ୟରେ ମହିଳାଙ୍କ ପାଇଁ ରହିଥିଲା ସବୁଠୁ ଅଧିକ କଟକଣା । ଯାହାକି ସେମାନଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଥିଲା । ତାଲିବାନମାନେ ଛାତ୍ରୀଙ୍କୁ ସ୍କୁଲକୁ ଯାଇ ପାଠ ପଢିବାକୁ ବିରୋଧ କରିଥିଲା । ଫଳରେ ଉଚ୍ଚଶିକ୍ଷା ଲାଗି ରହିଥିବା ସେକେଣ୍ଡାରୀ ସ୍କୁଲକୁ ବନ୍ଦ କରାଯାଇଥିଲା । ସେପଟେ ୟୁନିଭର୍ସିଟି ଖୋଲା ଯାଇଥିବା ବେଳେ ଛାତ୍ର ଓ ଛାତ୍ରୀଙ୍କୁ ଅଲଗା କୋଠରୀରେ ପାଠ ପଢିବା ପାଇଁ ବ୍ୟବସ୍ଥା ରହିଥିଲା । କିନ୍ତୁ ଏବେ ଏଠାରେ ପାଠ ପଢିବାକୁ ମଧ୍ୟ ଛାତ୍ରୀଙ୍କୁ ବାରଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking