32.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶସ୍କୁଲ ଶିକ୍ଷକଙ୍କ ମାଡ଼ରେ ଚାଲିଗଲା ଛାତ୍ରର ଜୀବନ

ସ୍କୁଲ ଶିକ୍ଷକଙ୍କ ମାଡ଼ରେ ଚାଲିଗଲା ଛାତ୍ରର ଜୀବନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଓରିୟାରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ୧୦ମ ଶ୍ରେଣୀରେ ପଛୁଥିବା ଛାତ୍ର ନିଖିଲକୁ ପରୀକ୍ଷାରେ ଭୁଲ କରିଥିବା ନେଇ ଶିକ୍ଷକ ଏପରି ମାଡ଼ ମାରିଲେ ଯେ, ତାଙ୍କ ମୃତ୍ୟୁ ଘଟିଲା । ଓରିୟାର ଅଛଲ୍ଦାରେ ଆଦର୍ଶ ଇଣ୍ଟର କଲେଜରେ ୧୦ମ ଶ୍ରେଣୀର ଛାତ୍ର ନିଖିଲ ସାମାଜିକ ବିଜ୍ଞାନକରେ କିଛି ଭୁଲ କରିଥିଲେ । ଏହାକୁ ନେଇ ଶିକ୍ଷକ ଅଶ୍ୱିନୀ ସିଂହ ପ୍ରଚୁର ରାଗିଯାଇଥିଲେ ଓ ଆଖିବୁଜା ମାଡ଼ ମାରିଥିଲେ ।

ତେବେ ମାଡ଼ ଖାଇବା ପରେ ଛାତ୍ରଙ୍କ ଅବସ୍ଥା ବିଗିଡ଼ିଯାଇଥିଲା ଓ ଚିକିତ୍ସା ସମୟରେ ହିଁ ମୃତ୍ୟୁ ଘଟିଲା । ପୋଲିସର କହିବା ମୁତାବକ, ଓଛଲ୍ଦା ଥାନା ଅଞ୍ଚଳର ବେସୌଲୀ ବାସିନ୍ଦା ରାଜୁ ଦୋହରେ ୨୪ ସେପ୍ଟେମ୍ବରରେ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଶିକ୍ଷକ ଜଣକ ୭ ସେପ୍ଟେମ୍ବରରେ ପରୀକ୍ଷାରେ ଭୁଲ କରିବା କାରଣରୁ ପିଲାକୁ ପିଟିଥିଲେ, ଯାହାଫଳରେ ଛାତ୍ରର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିଲା । ଅଭିଯୁକ୍ତ ଶିକ୍ଷକ ହିଁ ଛାତ୍ରଙ୍କୁ ଚିକିତ୍ସାରେ ସହଯୋଗ ଓ ଟଙ୍କା ଦେଇଥିବାରୁ କିଛି ଅଭିଯୋଗ ହୋଇନଥିଲା । ୨୪ ତାରିଖରେ ପିଲାଟିର ମୃତ୍ୟୁ ହୋଇଗଲା । ମୃତ୍ୟୁର କାରଣ ଜାଣିବା ପାଇଁ ପୋଲିସ ଏକ ଟିମ୍ ଗଠନ କରିଥିଲା ଓ ସତ ସାମ୍ନାକୁ ଆଣିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking