27.8 C
Bhubaneswar
Thursday, April 18, 2024
Homeଦେଶ ବିଦେଶସ୍କୁଲରେ ଗାଳି ଦେବାରୁ ପ୍ରିନ୍‌ସପାଲଙ୍କ ଉପରକୁ ଗୁଳିକରି ଫେରାର ହୋଇଗଲା ଛାତ୍ର

ସ୍କୁଲରେ ଗାଳି ଦେବାରୁ ପ୍ରିନ୍‌ସପାଲଙ୍କ ଉପରକୁ ଗୁଳିକରି ଫେରାର ହୋଇଗଲା ଛାତ୍ର

ଲକ୍ଷ୍ନୌ: ଉତ୍ତରପ୍ରଦେଶର ସୀତାପୁରରେ ଜଣେ ସ୍କୁଲ ଛାତ୍ର ତାଙ୍କ ପ୍ରିନ୍‌ସପାଲଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହି ଆକ୍ରମଣରେ ସେ ଆହତ ହୋଇ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଘଟଣା ପରେ ଛାତ୍ର ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ତେବେ ପୋଲିସ ତାଙ୍କୁ ଗିରଫ କରିଛି ।

ଏହି ମାମଲା ଜିଲ୍ଲାର ବିଶବା ତହସିଲର ସଦରପୁର ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ଆଦର୍ଶ ରାମସ୍ୱରୁପ ଇଣ୍ଟର କଲେଜ (ଘରୋଇ ବିଦ୍ୟାଳୟ) ରେ ଘଟିଛି । ପୋଲିସର ସୂଚନା ଅନୁଯାୟୀ ଅଭିଯୁକ୍ତ ଛାତ୍ର ଜଣକ ହେଲେ ଗୁରିନ୍ଦର ସିଂ । ଗୋଟିଏ ଦିନ ପୂର୍ବରୁ ତାଙ୍କର ଅନ୍ୟ ଛାତ୍ରଙ୍କ ସହ ଝଗଡା ହୋଇଥିଲା । ଏଥିପାଇଁ ତାଙ୍କୁ ସ୍କୁଲ ପ୍ରିନ୍ସପାଲ ରାମ ସିଂ ବର୍ମା ଗାଳି ଦେଇଥିଲେ ।

ପୋଲିସର ସୂଚନାନୁସାରେ, ଏଥିପାଇଁ ଗୁରୁନ୍ଦର ପ୍ରିନ୍ସିପାଲଙ୍କ ଉପରେ ରାଗିଯାଇଥିଲେ । ତେଣୁ ସେ ପ୍ରିନ୍‌ସପାଲଙ୍କ ଉପରକୁ ଗୁଳି ଚଳାଇଥିଲେ । ପ୍ରିନ୍ସିପାଲଙ୍କ ଦେହରେ ଦୁଇଟି ଗୁଳି ବାଜିଥିଲା । ଆହତ ଅବସ୍ଥାରେ ତାଙ୍କୁ ସୀତାପୁରରୁ ଲକ୍ଷ୍ନୌକୁ ପଠାଯାଇଥିଲା । ଘଟଣା ପରେ ଗୁରିନ୍ଦର ଫେରାର ହୋଇ ଯାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି କ୍ୟାମେରାରୁ ପୁରା ଘଟଣା ଯାଞ୍ଚ କରି ତଦନ୍ତ ଆରମ୍ଭ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking