29.1 C
Bhubaneswar
Thursday, April 25, 2024
Homeଅପରାଧହଷ୍ଟେଲ ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା , ରାଗିଂ ନେଲା ଜୀବନ

ହଷ୍ଟେଲ ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା , ରାଗିଂ ନେଲା ଜୀବନ

ବାଲେଶ୍ୱର : ହଷ୍ଟେଲ ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା । ରାଗିଂ ନେଲା ଆଉ ଏକ ଜୀବନ । ବଲାଙ୍ଗିର ପରେ ବାଲେଶ୍ୱରରୁ ଆସିଲା ଆଉ ଏକ ଖବର । ବଲାଙ୍ଗୀର ମେଡିକାଲ କଲେଜ ହଷ୍ଟେଲ ଛାତରୁ ଜଣେ ଛାତ୍ର ଆତ୍ମହତ୍ୟା କରିଥିଲେ ଏବେ ବାଲେଶ୍ୱରରୁ ଆସିଛି ସମାନ ଘଟଣା । ବାଲେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ନିକଟ‌ରେ ଥିବା ଏକ ଘରୋଇ ଯୁକ୍ତ ଦୁଇ ବିଜ୍ଞାନ ଆବାସିକ କଲେଜର ଜଣେ ଛାତ୍ରୀ ସହପାଠୀ ଓ ହଷ୍ଟେଲ୍‌ ୱାର୍ଡେନ୍‌ଙ୍କଠାରୁ ରାଗିଂର ହୋଇ ସାବିତ୍ରୀ ହଷ୍ଟେଲର ୪ ମହଲା ଛାତରୁ ଡେଇଁପଡ଼ି ଆତ୍ମହତ୍ୟା କରିଥିବା କୁହାଯାଉଛି।

ମୃତ ଛାତ୍ରୀଜଣକ ହେଲେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବଣତାଳପଦା ଗ୍ରାମର ପ୍ରତାପଚନ୍ଦ୍ର ବେହେରାଙ୍କ ଝିଅ ସାବିତ୍ରୀ ବେହେରା । ସେ କଲେଜରେ +୨ ବିଜ୍ଞାନ ଶେଷବର୍ଷର ଛାତ୍ରୀ ଥିଲେ। ମୃତକଙ୍କ ପରିବାର ଏ ନେଇ ଅଭିଯୋଗ ପରେ ବାଲେର ସଦର ଥାନାରେ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଛି। ହଷ୍ଟେଲର ୪ ମହଲା ଛାତରୁ ତଳକୁ ପଡ଼ିବା ପରେ ତାଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଥିଲା ଓ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking