34.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଦେଶବ୍ୟାପି ସାଧାରଣ ଧର୍ମଘଟ ଯୋଗୁଁ ବ୍ୟାସନଗର ବନ୍ଦ ରେ ସମ୍ପୂର୍ଣ ସଫଳ

ଦେଶବ୍ୟାପି ସାଧାରଣ ଧର୍ମଘଟ ଯୋଗୁଁ ବ୍ୟାସନଗର ବନ୍ଦ ରେ ସମ୍ପୂର୍ଣ ସଫଳ

ଯାଜପୁର -ଆଜି ତା 26.11.2020ରିଖ ମିଳିତ କେନ୍ଦ୍ରୀୟ 10ଗୋଟି ଶ୍ରମିକ ସଂଗଠନ ପକ୍ଷରୁ ଦେଶ ବ୍ୟାପି ସାଧାରଣ ଧର୍ମଘଟ ର ପ୍ରଭାବ ବ୍ୟାସନଗର ସହରରେ ପରିଲକ୍ଷିତ ହୋଇଛି ।ସହରରେ ଥିବା 30ଗୋଟି ରୁ ଅଧିକ ବ୍ୟାଙ୍କ ବୀମା ଓ 18 ରୁ ଅଧିକ ସରକାରୀ କାର୍ଯ୍ୟାଳୟ ଗୁଡିକ ଆଇ ଏନ ଟି ୟୁ ସି ର ଶତାଧିକ ନେତା ଓ କର୍ମୀ ପହଂଚି କେନ୍ଦ୍ର ସରକାର ଙ୍କ ଶ୍ରମିକ, କୃଷକ ଓ ଜନବିରୋଧୀ ଆଇନ କୁ ପ୍ରତ୍ୟାହାର ନିମନ୍ତେ ସମର୍ଥନ କରିବାକୁ ଅବଗତ କରାଇ କାର୍ଯ୍ୟାଳୟ ବନ୍ଦ କରିଥିଲେ । ଏହି ବନ୍ଦ ଯୋଗୁଁ ଧବଳଗିରି ଠାରୁ ଚୋରଦା ଛକ ଦେଇ ଗୋପବନ୍ଧୁ ଛକ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ରେ ଆଇ ଏନ ଟି ୟୁ ସି ର ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତି, ଅଣ ସଂଗଠିତ ଶ୍ରମିକ କଂଗ୍ରେସ ର ବ୍ୟାସନଗର ସଭାପତି ଅଜୟ କୁମାର ସାହୁ, ବ୍ୟାସନଗର କଂଗ୍ରେସ କମିଟି ର ସଭାପତି ତପନ କୁମାର ନାୟକ,ସୁଧାନିଧି ମହାପାତ୍ର, ହୃଦାନନ୍ଦ ସାମଲ, ଦିଲ୍ଲୀପ ମଲ୍ଲିକ, ଆଇ ଏନ ଟି ୟୁ ସି ର ଜିଲ୍ଲା ସମ୍ପାଦକ ନୃସିଂହ ଚରଣ ପହି, ସହ ସମ୍ପାଦକ ପରମାନନ୍ଦ ସେଠୀ, ଉପସଭାପତି ନାରାୟଣ ଚନ୍ଦ୍ର ନାୟକ, ନିରଞ୍ଜନ ପରିଡା, ଯୁବ ଆଇ ଏନ ଟି ୟୁ ସି ଜଗବନ୍ଧୁ ନାୟକ, ପୂର୍ବତନ କାଉନସିଲର ଅନୁପ ନାୟକ, ନୀଳାଚଳ ବଞ୍ଚାଓ ମିଳିତ ମଞ୍ଚ ର ଆବାହକ ରଞ୍ଜନ ନାୟକ, ବାବୁଲି ପୂର୍ତ୍ତି, ମେସ୍କୋ ୱାର୍କରସ ୟୁନିଅନ ସଭାପତି ଗଣେଶ ନାୟକ, ସମ୍ପାଦକ ସେକ ସବୀର ହୋସେନ, ମାଧବ ମହାପାତ୍ର,ଭୀମସେନ ମଳିକ, ଜେମାମଣୀ କୁଅଁର, କବିତା ପାତ୍ର, ସୁକାନ୍ତି ମହାନନ୍ଦ, ଶତ୍ରୁଘନ ମଳିକ ସୁନାରାମ ଟୁଡୁ, ପ୍ରମୁଖ ହ୍ୟାଣ୍ଡ ମାଇକ ଦ୍ୱାରା ବିଭିନ୍ନ ଛକ ଛକ ରେ ପ୍ରତିବାଦ ସଭାରେ ଶ୍ରମ ଆଇନ ସଂଶୋଧନ ବନ୍ଦ କରିବା, କୃଷି ବିଲ ପ୍ରତ୍ୟାହାର କରିବା, କାର୍ଯ୍ୟ ସମୟ 8ଘଣ୍ଟା କୁ 12ଘଣ୍ଟା କରିବା, ପ୍ରବାସୀ ଶ୍ରମିକ ମାନଙ୍କୁ ନିଯୁକ୍ତି ଦେବା, ଦର ଦାମ ବୃଦ୍ଧି କରିବା, କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ନୀଳାଚଳ ଓ ମେସ୍କୋ କାରଖାନା କୁ ତୁରନ୍ତ ଖୋଲିବା ଓ କର୍ମଚାରୀ ମାନଙ୍କୁ 10ମାସ ର ଦରମା ଦେବା, ଆଜିର ଏକ ପବିତ୍ର ସମ୍ବିଧାନ ଦିବସରେ ଭାରତ ବର୍ଷ ର ପ୍ରଧାନମନ୍ତ୍ରୀ ବିଭିନ୍ନ ଆଇନ କୁ ସଂଶୋଧନ କରି ସମ୍ବିଧାନ କୁ ପରିବର୍ତନ କରି ଶିଳ୍ପପତି ମାନଙ୍କୁ ପ୍ରୋତ୍ସାହନ ଦେବା, ରେଳ ବିଭାଗ, ପ୍ରତିରକ୍ଷା, ବି ଏସ ଏନ ଏଲ, ତୈଳ ନିଗମ, ଓ କୋଲ ମାଇନ୍ସ ଗୁଡିକୁ ଘରୋଇକରଣ ପ୍ରତ୍ୟାହାର କରିବା ଦାବିରେ ବିଭିନ୍ନ ପ୍ରତିଧ୍ଵନି ମାନ ଦେଇ ସହର ବଜାର ପ୍ରକମ୍ପିତ ହୋଇଥିବାର ପରିଲକ୍ଷିତ ହେଉଥିଲା !ବିଶେଷ କରି ବ୍ୟାସନଗର ରେ ଥିବା ବିଭିନ୍ନ ବ୍ୟବସାୟୀ ପ୍ରତିଷ୍ଠାନ ବ୍ୟାଙ୍କ ବୀମା କର୍ମଚାରୀ ମାନେ ଏହି ଧର୍ମଘଟ କୁ ସ୍ୱତ୍ୱପୂର୍ତ୍ତ ଭାବେ ସମର୍ଥନ ଦେଇଥିବାରୁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଅଣ ସଂଗଠିତ ଶ୍ରମିକ କଂଗ୍ରେସ ଓ ବ୍ୟାସନଗର କଂଗ୍ରେସ କମିଟି ପକ୍ଷରୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking