27.1 C
Bhubaneswar
Friday, March 29, 2024
Homeଓଡିଶାସରସ୍ୱତୀ ପୂଜାର ପୌରାଣିକ କଥା

ସରସ୍ୱତୀ ପୂଜାର ପୌରାଣିକ କଥା

ଏହା ଏକ ସମୟର କଥା ବ୍ରହ୍ମା ଦେବ ସୃଷ୍ଟିର ସଂରଞ୍ଚନା କରିବା ପାଇଁ ମନୁଷ୍ୟଙ୍କୁ ସୃଷ୍ଟି କରୁଥିଲେ । ସେତେବେଳେ ବ୍ରହ୍ମାଣ୍ଡରେ ଅନ୍ଧକାର ଛାୟା ହୋଇଥିବା ଦେଖାଯିବାରୁ ବ୍ରହ୍ମ ଦେବ ଚିନ୍ତାରେ ପଡିଗଲେ । ସେ ନିଜ ଆରାଧ୍ୟ ଦେବ ଭଗବାନ ବିଷ୍ଣୁ ଙ୍କୁ ସ୍ମରଣ କରିଥିଲେ ଓ ମା’ ଶକ୍ତିଙ୍କୁ ଆବାହନ କରି ନିଜ କମଣ୍ଡଳୁରୁ ଜଳ ନେଇ ପୃଥିବୀ ଉପରେ ପକାଇଥିଲେ ।

ଏଥିରୁ ମା’ ସରସ୍ୱତୀ ଉତ୍ପନ ହୋଇଥିଲେ । ତାଙ୍କ ହସ୍ତରେ ବୀଣା, ପୁସ୍ତକ ଓ ମାଳା ଥିଲା ଓ ତାଙ୍କ କାନ୍ତି ଚାରିଆଡେ ପ୍ରକାଶିତ ହେଉଥିଲା । ମା’ସରସ୍ୱତୀ ବୀଣା ବାଦନ କରିବାକୁ ଲାଗିଲେ ଓ ଦେଖୁ ଦେଖୁ ସାରା ସଂସାରର ଅନ୍ଧକାର ସମାପ୍ତ ହୋଇଗଲା । ମନୁଷ୍ୟ ଓ ଜୀବଜନ୍ତୁ କଥା କହିବାକୁ ଲାଗିଲେ । ପବନ ବହିବାକୁ ଲାଗିଲା । ଚାରିଆଡେ ଦିବ୍ୟତା ଓ ଅଧ୍ୟାତ୍ମିକତା ବ୍ୟାପିଗଲା । ନଦୀ ଓ ସମୁଦ୍ରରେ ଜଳ ବୋହିବାକୁ ଲାଗିଲା ଓ ସମସ୍ତେ ମୁଗ୍ଧ ହୋଇଗଲେ ।

ଏହି ଦିନଟି ମାଘ ମାସ ଶୁକ୍ଲ ପକ୍ଷ ପଞ୍ଚମୀ ତିଥୀ ହୋଇଥିବାରୁ । ଏହି ଦିନରେ ପ୍ରତ୍ୟେକ ବର୍ଷ ମା’ ସରସ୍ୱତୀଙ୍କ ଜନ୍ମ ଦିବସକୁ ବସନ୍ତ ପଞ୍ଚମୀ ଭାବରେ ପାଳନ କରାଯାଈଥାଏ । ସରସ୍ୱତୀ ପୂଜା ଦିନ ଶ୍ୱେତ ବସ୍ତ୍ର ପରିଧାନ କରି ମା’ସରସ୍ୱତୀଙ୍କ ଆରଧନା କରାଯାଏ ଓ ଏହି ଶୁଭ ଦିନରେ ଛୋଟ ପିଲାଙ୍କ ବିଦ୍ୟା ଅଧ୍ୟୟନ ଆରମ୍ଭ କରାଯିବା ଉଚିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking