23.1 C
Bhubaneswar
Tuesday, February 11, 2025
Homeଦେଶ ବିଦେଶଓଡିଶାକୁ ନେଇ ବିଜେପି ମନ୍ତ୍ରୀଙ୍କ ଏ କି ବୟାନ, ସୋସିଆଲ ମିଡିଆରେ ଭିଡ଼ିଓ ହେଉଛି ଭାଇରାଲ

ଓଡିଶାକୁ ନେଇ ବିଜେପି ମନ୍ତ୍ରୀଙ୍କ ଏ କି ବୟାନ, ସୋସିଆଲ ମିଡିଆରେ ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ:ମଧ୍ୟପ୍ରଦେଶର ପଶୁପାଳନ ମନ୍ତ୍ରୀ ପ୍ରେମସିଂହ ପଟେଲ ତାଙ୍କ ବୟାନ ପାଇଁ ସୋସିଆଲ ମିଡିଆରେ ଟ୍ରୋଲ ହୁଅନ୍ତି । ତେବେ ଏ କଥା କିଛି ନୂଆ ନୁହେଁ । ଯେଉଁଠାରେ ହକି ବିଶ୍ୱକପ ଆୟୋଜିତ କରି ସାରା ବିଶ୍ୱରେ ଲୋକପ୍ରିୟତା ହାସଲ କରିଛି ଓଡିଶା ସେଠି ବିଜେପି ମନ୍ତ୍ରୀ ଓଡିଶାକୁ ନେଇ କିଛି ଏପରି ବୟାନ ଦେଇଛନ୍ତି । ପ୍ରେମ ସିଂ ପଟେଲ ଓଡିଶାକୁ ଅନ୍ୟ ଦେଶ ଭାବରେ ବିବେଚନା କରିଛନ୍ତି।

ମଧ୍ୟପ୍ରଦେଶର ପଶୁପାଳନ ମନ୍ତ୍ରୀ ଓଡିଶାକୁ ଏକ ପୃଥକ ଦେଶ ଭାବରେ କହିଛନ୍ତି। ଗଣମାଧ୍ୟମ ଆଗରେ କିଛି ଏପରି ବୟାନ ଦେଇ ପୁଣି ଟ୍ରୋଲ ହେଇଛନ୍ତି ମନ୍ତ୍ରୀ । ମଧ୍ୟପ୍ରଦେଶର ପଶୁପାଳନ ମନ୍ତ୍ରୀ ପ୍ରେମସିଂହ ପଟେଲଙ୍କୁ ସାଧାରଣ ଜ୍ଞାନ କମ ହେତୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି। ନିକଟରେ ଗଣମାଧ୍ୟମ ସହ ବାର୍ତ୍ତାଳାପ ବେଳେ ତାଙ୍କୁ ଓଡିଶାର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମ୍ବଦ୍ଧରେ ଏକ ପ୍ରଶ୍ନ ପଚରାଯାଇଥିଲା। ସାମ୍ବାଦିକ ପଚାରିଥିଲେ, ସ୍ୱାସ୍ଥ୍ୟମନ୍ତ୍ରୀ ଓଡିଶାରେ ପୋଲିସ ଗୁଳି ଚଳାଇଥିଲା।ମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଉ କ’ଣ ସତର୍କତା ଅବଲମ୍ବନ କରାଯିବା ଉଚିତ୍। ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ପ୍ରେମ ସିଂ କହିଛନ୍ତି, ଆମେ ଅନ୍ୟ ଦେଶ ବିଷୟରେ କଥାବାର୍ତ୍ତା କରୁନା । ଏହା ପରେ ସେ ହସିବାକୁ ଲାଗିଲେ । ତାଙ୍କର ସେହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ସୂଚନାମୁତାବକ ଏହା ପ୍ରଥମ ଘଟଣା ନୁହେଁ ଯେତେବେଳେ ପଶୁପାଳନ ମନ୍ତ୍ରୀ ପ୍ରେମ ସିଂ ପଟେଲଙ୍କ ବିବୃତ୍ତି ଏଭଳି ଭାଇରଲ ହେଉଛି। ଗତ ବର୍ଷ ମେ ମାସରେ ମଧ୍ୟପ୍ରଦେଶର ବାରୱାନି ଜିଲ୍ଲାରେ ମୁଗ ବଣ୍ଟନ ସମୟରେ ମନ୍ତ୍ରୀ ପ୍ରେମ ସିଂ ଫଟୋ ଉଠାଇବା ପାଇଁ ଜଣେ ମହିଳାଙ୍କୁ ଟାଣିଆଣିଥିବା ଘଟଣା ମଧ୍ୟ ଖୁବ ଭାଇରଲ ହେଇଥିଲା । ଭିଡିଓ ଭାଇରଲ ହେବା ପରେ ବିବାଦ ମଧ୍ୟ ବଢିଥିଲା। ତେବେ ଏହି ଘଟଣା ଉପରେ ସେ ସ୍ପଷ୍ଟ କରି କହିଥିଲେ ଯେ ସେ ୧୯୯୩ ଠାରୁ କ୍ରମାଗତ ଭାବେ ବିଧାୟକ ଅଟନ୍ତି। ସେହି ଅଞ୍ଚଳରେ ସେ ସମସ୍ତଙ୍କୁ ଜାଣିଛନ୍ତି। ଏହାସହ ତାଙ୍କୁ ଅନାବଶ୍ୟକ ଭାବରେ ବଦନାମ କରାଯାଉଥିବା ସେ ସଫେଇ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking