29.1 C
Bhubaneswar
Thursday, October 6, 2022
Homeଓଡିଶାଅଗଷ୍ଟ ମାସର ପ୍ରଥମ ଦୁଇ ସପ୍ତାହ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ

ଅଗଷ୍ଟ ମାସର ପ୍ରଥମ ଦୁଇ ସପ୍ତାହ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ

ଭୁବନେଶ୍ୱର : ରାଜ୍ୟରେ ବର୍ଷା କମିଯିବ ଦିନକ ପରେ । ଅଗଷ୍ଟ ମାସର ପ୍ରଥମ ଦୁଇ ସପ୍ତାହ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ସମ୍ଭବତଃ ଅଗଷ୍ଟ ୧୫ ଯାଏଁ ମୌସୁମୀ ଦୁର୍ବଳ ରହିବ । ତେଣୁ ବର୍ଷା ନିଅଣ୍ଟିଆ ସ୍ଥିତି ଆହୁରି ଗୁରୁତର ହୋଇପାରେ । କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଜୁଲାଇ ୩୧ ପରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା କମିଯିବ । କେବଳ ଉତ୍ତର ଓଡ଼ିଶାର କେତେକ ଜିଲ୍ଲାରେ ମୌସୁମୀ ବର୍ଷା ହେବ । ବାଲେଶ୍ୱରକୁ ଛାଡ଼ିଦେଲେ ସମଗ୍ର ଉପକୂଳ ଓଡ଼ିଶାରେ ବର୍ଷା ପରିମାଣ ଅତି କମ୍‌ ରହିବ । ଅଗଷ୍ଟ ମାସରେ ରାଜ୍ୟରେ ସ୍ୱାଭାବିକ ବର୍ଷା ପରିମାଣ ୩୫୭ ମିଲିମିଟର । ତେଣୁ ଅଗଷ୍ଟ ୧ରୁ ୧୦ ତାରିଖ ଭିତରେ ରାଜ୍ୟରେ ହାରାହାରି ୧୧୫ ମିମି ବର୍ଷା ଆଶା କରାଯାଏ । ହେଲେ ଆକଳନ କରାଯାଉଛି, ଏଥର ଅଗଷ୍ଟର ପ୍ରଥମ ୧୦ ଦିନରେ ଉପକୂଳ ଓ ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ଅନେକ ଜିଲ୍ଲାରେ ହାରାହାରି ସମୁଦାୟ ବର୍ଷା ୪୦ ମିମି ହୋଇପାରେ ।

ଅଗଷ୍ଟ ୧୧ରୁ ୧୫ ଯାଏ ଉପକୂଳ ଓ ସଂଲଗ୍ନ ଜିଲ୍ଲାମାନଙ୍କରେ ଆଉ ୨୦ ମିମି ବର୍ଷା ସମ୍ଭାବନା ଅଛି । ଯଦି ସ୍ୱାଭାବିକ ପରିମାଣର ଅଧାରୁ କମ୍‌ ବର୍ଷା ହୁଏ, ମୌସୁମୀ ଦୁର୍ବଳ କୁହାଯିବ । ତେଣୁ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଓ ସମ୍ଭବତଃ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମୌସୁମୀ ଦୁର୍ବଳ ରହିପାରେ ।ଡକ୍ଟର ପଶୁପାଳକଙ୍କ ଆକଳନ ହେଲା, ଅଗଷ୍ଟ ୪ରୁ ୭ ତାରିଖ ପର୍ଯ୍ୟନ୍ତ ବାଲେଶ୍ୱର, ମୟୂରଭଞ୍ଜ, ଦେବଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ସୁନ୍ଦରଗଡ଼ରେ ମଧ୍ୟମ ଧରଣର ବର୍ଷା ସହିତ ସମୁଦାୟ ବର୍ଷା ୬୦ ମିମିରୁ ଅଧିକ ରହିବ । କିନ୍ତୁ, ରାଜ୍ୟର ବାକି ଜିଲ୍ଲାରେ ୩ରୁ ୫ ତାରିଖ ପର୍ଯ୍ୟନ୍ତ ସମୁଦାୟ ବର୍ଷା ୩୦ ମିମି ଭିତରେ ସୀମିତ ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking