35.1 C
Bhubaneswar
Tuesday, April 23, 2024
Homeଓଡିଶା୧୬ଟି ପ୍ରକଳ୍ପକୁ ମଞ୍ଜୁରି ଦେଲେ ରାଜ୍ୟ ସରକାର

୧୬ଟି ପ୍ରକଳ୍ପକୁ ମଞ୍ଜୁରି ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିଅରାନ୍ସ କର୍ତ୍ତୃପକ୍ଷଙ୍କ ବୈଠକରେ ଆଜି ୪ ହଜାର ୧୮୩ କୋଟି ଟଙ୍କାର ୧୬ଟି ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହିସବୁ ପ୍ରକଳ୍ପକୁ ମଞ୍ଜୁରି ମିଳିଛି । ଏହିସବୁ ପ୍ରକଳ୍ପ କାଠ, ଖାଦ୍ୟ ପ୍ରକ୍ରିୟାକରଣ, ହସ୍ତଶିଳ୍ପ, ପ୍ଲାଷ୍ଟିକ୍‌, ପର୍ଯ୍ୟଟନ ଆଦି ଉପରେ ପର୍ଯ୍ୟବସିତ । ଏଥିମଧ୍ୟରୁ ୬ଟି ପ୍ରକଳ୍ପ ଖୋର୍ଦ୍ଧାରେ ହେବାକୁ ଥିବାବେଳେ ପୁରୀରେ ୩ଟି, କୋରାପୁଟ୍‌ରେ ୨ଟି ଏବଂ କଟକ, ଭଦ୍ରକ, ଧାମରା, ମୟୂରଭଞ୍ଜ ଓ ଅନୁଗୁଳରେ ଗୋଟିଏ ଲେଖାଏଁ ପ୍ରକଳ୍ପ ସ୍ଥାପିତ ହେବ । ଏହାଦ୍ୱାରା ୧୨ ହଜାର ୯୭୩ ଜଣ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking