37.1 C
Bhubaneswar
Thursday, March 28, 2024
Homeଓଡିଶାଗଣମାଧ୍ୟମ ଯତ୍ନଶୀଳ ରହିବା ପାଇଁ ରାଜ୍ୟ ସରକାରଙ୍କ ପରାମର୍ଶ

ଗଣମାଧ୍ୟମ ଯତ୍ନଶୀଳ ରହିବା ପାଇଁ ରାଜ୍ୟ ସରକାରଙ୍କ ପରାମର୍ଶ

ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଉଥିବା କରୋନା ପଜେଟିଭ୍ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ, ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରଙ୍କ ଗୋପନୀୟତାକୁ ବଜାୟ ରଖିବା ପାଇଁ ରାଜ୍ୟ ସରକାର କଠୋର ନୀତି ଅବଲମ୍ବନ କରିଛନ୍ତି । ଏଥିପାଇଁ କରୋନା ରୋଗୀଙ୍କ ସୁରକ୍ଷା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାରର ଗଣମାଧ୍ୟମ ଉପରେ ଆଜି କଟକଣା ଜାରି କରିଛନ୍ତି ।
କୋଭିଡ-୧୯ ସଂକ୍ରମିତ କୌଣସି ରୋଗୀଙ୍କ ନାଁ ଓ ଠିକଣାକୁ କୌଣସି ପରିସ୍ଥିତିରେ ବି କୌଣସି ଗଣମାଧ୍ୟମରେ ଉଜାଗର କରାଯାଇ ପାରିବ ନାହିଁ । ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍ସ, ୱେବ୍ ଓ ସୋସିଆଲ ମିଡିଆ ପାଇଁ ଏହି ନିର୍ଦ୍ଦେଶାବଳୀ ଲାଗୁ ହେବ । ଏହାର ଗୋପନୀୟତା ବଜାୟ ରହିବ । ଏପରିକି ଏସବୁ ବ୍ୟକ୍ତିମାନଙ୍କର ନାମ କିମ୍ବା ଠିକଣାକୁ ମଧ୍ୟ ସାର୍ବଜନୀନ କରାଯାଇପାରିବ ନାହିଁ । କୌଣସି ଗଣମାଧ୍ୟମ ସଂସ୍ଥା ଏସବୁ ବ୍ୟକ୍ତିମାନଙ୍କର ସାକ୍ଷାତକାର ମଧ୍ୟ ପ୍ରକାଶ କରିପାରିବେ ନାହିଁ । କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାରଙ୍କ ଏଭଳି ନିର୍ଦ୍ଦେଶାନାମା ପ୍ରତି ଗଣମାଧ୍ୟମ ଯତ୍ନଶୀଳ ରହିବା ପାଇଁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking