38.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗକୃଷକ ସଂଗଠନଗୁଡିକ ପକ୍ଷରୁ ଡିସେମ୍ବର ୮ ଭାରତ ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସର ପୂର୍ଣ୍ଣ ସମର୍ଥନ

କୃଷକ ସଂଗଠନଗୁଡିକ ପକ୍ଷରୁ ଡିସେମ୍ବର ୮ ଭାରତ ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସର ପୂର୍ଣ୍ଣ ସମର୍ଥନ

ଭୁବନେଶ୍ୱର ତା ୫.୧୧ – କେନ୍ଦ୍ରର ମୋଦୀ ନେତୃତ୍ୱ ବିଜେପି ସରକାରଙ୍କ ଦ୍ୱାରା ପ୍ରଣୀତ ୩ ଗୋଟି କଳା କୃଷି ଆଇନ୍ ବିରୋଧରେ ଆନ୍ଦୋଳନରତ କୃଷକ ସଂଗଠନଗୁଡିକ ଡିସେମ୍ବର ୮ ତାରିଖ ମଙ୍ଗଳବାର ଦେଇଥିବା ଭାରତ ବନ୍ଦ ଡାକରାକୁ ପ୍ରଦେଶ କଂଗ୍ରେସ କମିଟି ପୂର୍ଣ୍ଣ ସମର୍ଥନ କରୁଅଛି । କୃଷକମାନେ ଆମର ଅନ୍ନଦାତା ଓ ଅର୍ଥନୀତିର ମେରୁଦଣ୍ଡ । କୃଷକ ଭାଇଭଉଣୀମାନେ କୃଷି ଆଇନକୁ ବିରୋଧ କରିବା ସଂପୂର୍ଣ୍ଣ ଯଥାର୍ଥ ଓ ଯୁକ୍ତିସଂଗତ ବୋଲି ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି । କୃଷକମାନଙ୍କର ବୃହତର ହିତ ଓ ସ୍ୱାର୍ଥକୁ ଦୃଷ୍ଟିରେ ରଖି ୱାର୍ଡ ସ୍ତରରୁ ଆରମ୍ଭ କରି ଗ୍ରାମ, ପଂଚାୟତ, ବ୍ଲକ, ପୌରପରିଷଦ, ମହାନଗର ନିଗମ, ବିଜ୍ଞପିତ ଅଂଚଳ ପରିଷଦ, ଜିଲ୍ଲା ଓ ରାଜ୍ୟ ସ୍ତରରେ ବନ୍ଦକୁ ସଂପୂର୍ଣ୍ଣ ସଫଳ କରିବା ପାଇଁ କଂଗ୍ରେସର ସମସ୍ତ କର୍ମକର୍ତା, ବିଧାୟକଗଣ, ସାଂସଦ, ପ୍ରାକ୍ତନ ସାଂସଦ, ମନ୍ତ୍ରୀ ଓ ବିଧାୟକ, ବରିଷ୍ଠ ନେତୃମଣ୍ଡଳୀ, ଜିଲ୍ଲା କଂଗ୍ରେସ ସଭାପତି, ଏଆଇସିସି ଓ ପିସିସି ସଭ୍ୟ, ସମସ୍ତ ବିଭାଗ, ପ୍ରକୋଷ୍ଠ ଓ ଛାମୁଆ ସଂଗଠନର ରାଜ୍ୟ ଓ ଜିଲ୍ଲାର ମୁଖ୍ୟ ଓ କର୍ମକର୍ତାମାନେ ଓ ତ୍ରିସ୍ତରୀୟ ଜନ ପ୍ରତିନିଧିମାନଙ୍କୁ ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ମାର୍ଗଦର୍ଶନ ଦେଇଥିବା ବେଳେ ସ୍ୱତଃପ୍ରବୃତ ବନ୍ଦରେ ସକ୍ରୀୟ ସହଯୋଗ ଓ ଅଂଶଗ୍ରହଣ କରି ପୂର୍ଣ୍ଣ ସଫଳ କରିବା ଲାଗି ଓଡିଶାବାସୀଙ୍କୁ ଶ୍ରୀଯୁକ୍ତ ପଟ୍ଟନାୟକ ବିନମ୍ର ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking