28.1 C
Bhubaneswar
Thursday, March 28, 2024
Homeଓଡିଶାଅଧ୍ୟାପକ ଙ୍କୁ ନିଯୁକ୍ତି ଦେଲା ଏସଏସବି

ଅଧ୍ୟାପକ ଙ୍କୁ ନିଯୁକ୍ତି ଦେଲା ଏସଏସବି

ଭୁବନେଶ୍ୱର: ଆରମ୍ଭ ହୋଇଯାଇଛି ଅଧ୍ୟାପକ ନିଯୁକ୍ତି ପ୍ରକିୟା । ଲୋକସେବା ଭବନ ସମ୍ମିଳନୀ କେନ୍ଦ୍ରରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଅଣ-ସରକାରୀ କଲେଜରେ ନିଯୁକ୍ତ ୯୦୦ ଜଣ ଏସସିବି ମନୋନୀତ ଅଧ୍ୟାପକଙ୍କ ପାଇଁ ଓରିଏଣ୍ଟେସନ୍ ପ୍ରୋଗ୍ରାମରେ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ରହିଛି ଯେ ଶିକ୍ଷା କ୍ଷେତ୍ରରେ ଅଧ୍ୟାପକ ପଦ ପୂରଣ କରାଯାଉ । ଶିକ୍ଷା କ୍ଷେତ୍ରରେ ନୂଆ ଅଧ୍ୟାପକମାନଙ୍କ ଯୋଗଦାନ ଓ ରାଜ୍ୟର ସାମଗ୍ରିକ ବିକାଶରେ ଶିକ୍ଷାର ମହତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ନୂଆ ଅଧ୍ୟାପକମାନଙ୍କୁ ଆଜି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଷ୍ଟେଟ ସିଲେକ୍ସନ ବୋର୍ଡ ବା ଏସଏସବି ପକ୍ଷରୁ ୯୭୨ରୁ ୯୩୦ ଜଣ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି । ୨୦୧୫-୧୬ରେ ୧୫୧୦ ଜଣ ଏସଏସବି ଦ୍ୱାରା ନିଯୁକ୍ତି ପାଇଥିଲେ । ୨୦୨୦ରେ ୮୦୯ ଜଣ ପାଇଥିଲେ ନିଯୁକ୍ତି । ସମୁଦାୟ ୩ ହଜାର ୨୯୧ ଜଣ ନିଯୁକ୍ତି ପାଇଛନ୍ତି । ସରକାରୀ କଲେଜରେ ୬୦୬ ଜଣଙ୍କ ନିଯୁକ୍ତି ପ୍ରକ୍ରିୟା ଓପିଏସସି ଦ୍ୱାରା ଚାଲିଛି । ଏଥିରୁ ୧୫୦ ଜଣ ନିଯୁକ୍ତି ପାଇ ସାରିଲେଣି । ବିଶ୍ୱବିଦ୍ୟାଳୟ ସ୍ତରରେ ୫୦୪ ଜଣ ଆସିଷ୍ଟାଣ୍ଟ ପ୍ରାଧ୍ୟାପକ, ୩୨୦ ଜଣ ଆସିଷ୍ଟାଣ୍ଟ ପ୍ରଫେସର, ୧୮୩ ଜଣ ପ୍ରଫେସର ପଦକୁ ମିଶାଇ ସମୁଦାୟ ୧ ହଜାର ୭ଟି ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଚାଲିଛି । ଏଥିରୁ ୧୫୦ ଜଣ ନିଯୁକ୍ତି ପାଇ ସାରିଲେଣି ତା’ପରେ ଅବସର ନେଉଥିବା ଅଧ୍ୟାପକଙ୍କ ତାଲିକା ଆସିବା ପରେ ବଳକା ସିଟ୍ ପୂରଣ ପ୍ରକ୍ରିୟା ଆରମ୍ଭ ହେବ ।ସମସ୍ତ ରାଜ୍ୟ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ବିଭାଗରେ ୧୦୦୦ ରୁ ଅଧିକ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇସାରିଛି ଏବଂ ଶୀଘ୍ର ପୂରଣ ହେବ। ଏହି କାର୍ଯ୍ୟକ୍ରମରେ ୫ଟି ସଚିବ ଭି.କେ ପାଣ୍ଡିଆନ , ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ , ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking