26.1 C
Bhubaneswar
Friday, March 29, 2024
Homeଓଡିଶାଜେଲ ବିଭାଗ ପକ୍ଷରୁ ଜାରି ହେଲା କଏଦୀଙ୍କ ମୃତ୍ୟୁ ତଦନ୍ତ ପାଇଁ ଏସ୍‌ଓପି

ଜେଲ ବିଭାଗ ପକ୍ଷରୁ ଜାରି ହେଲା କଏଦୀଙ୍କ ମୃତ୍ୟୁ ତଦନ୍ତ ପାଇଁ ଏସ୍‌ଓପି

ଭୁବନେଶ୍ୱର : ଜେଲରେ ଥିବା କଏଦୀଙ୍କର ହାଜତରେ ମୃତ୍ୟୁ ଘଟୁଛି । ଏହାକୁ ନେଇ ବିଭିନ୍ନ ସମୟରେ ପ୍ରଶ୍ନ ଉଠୁଛି । ତେଣୁ କଏଦୀଙ୍କ ମୃତ୍ୟୁ ଘଟିଲେ କଣ କରିବ, ଆଉ କଣ କରିବ ନାହିଁ, ସେନେଇ ଜେଲ୍ ବିଭାଗ ପକ୍ଷରୁ ସମସ୍ତ ଜେଲ୍ ସୁପରିଟେଣ୍ଡେଣ୍ଟ୍‌ଙ୍କ ପାଇଁ ଏକ ଏସ୍‌ଓପି ଜାରି ହୋଇଛି । ସିଆରପିସି ୧୭୬ ଅନୁସାରେ, ଯଦି କୌଣସି କଏଦୀଙ୍କ ଜେଲ ଭିତରେ ମୃତ୍ୟୁ ଘଟେ, ତେବେ ଏହାର ନ୍ୟାୟିକ ତଦନ୍ତ କରାଯିବା ପାଇଁ ସମସ୍ତ ଜିଲ୍ଲାପାଳ, ଏସ୍‌ପିଙ୍କୁ ନିର୍ଦ୍ଦେଶ ହୋଇଛି ।

ଏଥିସହ କଏଦୀଙ୍କ ମୃତ୍ୟୁ ସମ୍ପର୍କରେ ଜିଲ୍ଲା ବିଚାରପତିଙ୍କୁ ଅବଗତ କରାଯିବ । ବିଚାରପତିଙ୍କ ଅନୁପସ୍ଥିତିରେ ଏସମ୍ପର୍କରେ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ୍‌କୁ ଜଣାଇପାରିବେ । ଏହାସହ ମୃତ କଏଦୀଙ୍କ ବିଚାର ଚାଲିଥିବା କୋର୍ଟର ବିଚାରପତିଙ୍କୁ ମଧ୍ୟ ଜଣାଇବା ନେଇ ଏସ୍‌ଓପିରେ ଉଲ୍ଲେଖ ହୋଇଛି । ଏନ୍‌ଏଚ୍‌ଆର୍‌ସି ନିୟମ ଅନୁସାରେ, ଏନ୍‌ଏଚଆରସିଙ୍କୁ ମଧ୍ୟ ଏନେଇ ଅବଗତ କରାଯିବ । ଏପରିକି ଜେଲ ବିଭାଗର ଉଚ୍ଚ ଅଧିକାରୀଙ୍କୁ ମଧ୍ୟ ଜଣାଇବାକୁ କୁହାଯାଇଛି । କୌଣସି କଏଦୀଙ୍କ ଯଦି ସମ୍ପର୍କୀୟ ନଥିବେ ତେବେ ଓଡ଼ିଶା ମଡେଲ ଜେଲ ମାନୁଆଲ ୧୦୩୦ ଅନୁସାରେ ଅନ୍ତିମ ସଂସ୍କାର କରିବାକୁ କୁହାଯାଇଛି ।

ସେହିପରି କଏଦୀଙ୍କ ମୃତ୍ୟୁ ଘଟିଲେ ଜେଲ ଡାକ୍ତରମାନେ ଜେଲ ମାନୁଆଲ ୧୦୨୬ ଅନୁସାରେ କାର୍ଯ୍ୟ କରିବେ । ଓଡ଼ିଶା ମଡେଲ ଜେଲ ମାନୁଆଲ(୧୮୯୪)ଆଇନ ଧାରା-୧୫ ଅନୁସାରେ ଡାକ୍ତର ମଧ୍ୟ ନିଜସ୍ୱ ମତ ଏକ ରେଜିଷ୍ଟେସନ ଫର୍ମରେ ଦେବେ । ରୁଲ୍ ୧୦୨୯ ମଡ଼େଲ୍ ମାନୁଆଲ ଅନୁସାରେ ଜେଲକୁ ଆସୁଥିବା କଏଦୀଙ୍କ ୧୦ବର୍ଷର ସମସ୍ତ ତଥ୍ୟ ଏକ ରେଜିଷ୍ଟ୍ରାରରେ ଲେଖା ହୋଇରହିବ । ସେ କେବେ ଆସିଲେ, ତାଙ୍କର କି ରୋଗ ରହିଛି, କେବେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସବୁ କିଛି ଏଥିରେ ଲେଖାହୋଇ ରହିବ ବୋଲି ଏସ୍‌ଓପିରେ କୁହାଯାଇଛି । ଏଥିସହ କୌଣସି ଆର୍ମି ଅଫିସର କଏଦୀ, ବିଦେଶୀ କଏଦୀ ଏବଂ ଦୋଷୀସାବ୍ୟସ୍ତ କଏଦୀଙ୍କ ମୃତ୍ୟୁ ଘଟିଲେ, କିଭଳି ତଦନ୍ତ ହେବ ସେନେଇ ମଧ୍ୟ ଉଲ୍ଲେଖ ହୋଇଛି । ବିଶେଷକରି ଆର୍ମିର କଏଦୀ ଥିଲେ ଆର୍ମିର ଉର୍ଚ୍ଚଅଧିକାରୀଙ୍କ ଜଣାଇବାକୁ ପଡ଼ିବ । ଏହାସହ ବିଦେଶୀ କଏଦୀଙ୍କ ମୃତ୍ୟୁ ସମ୍ପର୍କରେ ରାଜଦୂତଙ୍କୁ ଜେଲ୍ ସୁପରିଟେଣ୍ଡେଣ୍ଟ୍ ଜଣାଇବେ ବୋଲି ଏସ୍‌ଓପିରେ ଉଲ୍ଲେଖ ହୋଇଛି । ଏହି ଏସ୍‌ଓପି ରାଜ୍ୟର ସମସ୍ତ ଜେଲ୍ ସୁପରିଟେଣ୍ଡେଣ୍ଟକୁ ଜାରି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking