43.9 C
Bhubaneswar
Friday, April 19, 2024
Homeଅପରାଧରାଗିଯାଇ ନିଜ ମା ସହ ଏପରି କଲା ପୁଅ ଜାଣିଲେ ଉଡିଯିବ ହୋଶ

ରାଗିଯାଇ ନିଜ ମା ସହ ଏପରି କଲା ପୁଅ ଜାଣିଲେ ଉଡିଯିବ ହୋଶ

ରାସଗୋବିନ୍ଦପୁର: ‘ବାଇଗଣ ତରକାରୀ କାହିଁକି କରିଛୁ? ମୁଁ ଖାଇବିନି ।’ ଏହା କହି ଉତ୍‌କ୍ଷିପ୍ତ ହୋଇପଡ଼ିଲା । ସାମାନ୍ୟ ତରକାରୀକୁ ନେଇ ନିଶାସକ୍ତ ଅବସ୍ଥାରେ ନିଜ ମା’କୁ କୁରାଢ଼ିରେ ହାଣି ପକାଇଲା ନୃଶଂସ ପୁଅ । ଘଟଣାସ୍ଥଳରେ ମା’ର ମୃତ୍ୟୁ ହୋଇଥିବା ବେଳେ ପ୍ରତିବାଦ କରିବାରୁ ନିଜ ଶଯ୍ୟାଶାୟୀ ଆଈକୁ ମଧ୍ୟ ଆକ୍ରମଣ କରି ଗୁରୁତର କରିଛି ଅଭିଯୁକ୍ତ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଖୁଣ୍ଟାପାଳ ପଞ୍ଚାୟତ ଚକୁଳିଆ ଗ୍ରାମରେ । ମୃତକ ଜଣକ ହେଲେ ଗୁରୁବାରି ହେମ୍ବ୍ରମ । ଅଭିଯୁକ୍ତ ଜଣକ ହେଲା ତାଙ୍କ ପୁଅ ଲାସ ହେମ୍ବ୍ରମ । ପୁଲିସ ଅଭିଯୁକ୍ତକୁଗିରଫ କରିବା ସହ ହତ୍ୟାରେ ବ୍ୟବହୃତ କୁରାଢ଼ିକୁ ଜବତ କରିଛି ।
ସୂଚନା ଅନୁସାରେ, ଲାସ ବୁଧବାର ବିଳମ୍ବିତ ରାତିରେ ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ତରକାରୀ କ’ଣ କରିଛୁ ବୋଲି ମା’ଙ୍କୁ ପଚାରିଥିଲା । ବାଇଗଣ ତରକାରୀ ହୋଇଥିବା ଗୁରୁବାରି ଉତ୍ତର ଦେଇଥିବା ବେଳେ ଏଥିରେ ଉତ୍‌କ୍ଷିପ୍ତ ହୋଇପଡ଼ିଥିଲା ଲାସ । ବାଇଗଣ କରକାରୀ କାହିଁକି କଲୁ ବୋଲି କହି ଏକ କୁରାଢ଼ିରେ ମା’ଙ୍କୁ ଆକ୍ରମଣ କରିଥିଲା । ଗୁରୁବାରିଙ୍କ ମୁଣ୍ଡକୁ ବାରମ୍ବାର ଆଘାତ ଦେବା ପରେ ସେ ପଡ଼ିଯାଇଥିଲେ । ପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଘୋଷାଡ଼ି ଘୋଷାଡ଼ି ବାହାରକୁ ନେଇ ମାଡ଼ ମାରିଥିଲା ଲାସ । ଘଟଣାସ୍ଥଳରେ ଗୁରୁବାରିଙ୍କ ମୃତ୍ୟୁ ହୋଇଥିଲା । ଘରେ ଥିବା ଶଯ୍ୟାଶାୟୀ ଆଈ ଏଥିରେ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଲାସ ଆକ୍ରମଣ କରିଥିଲା ।
ତେବେ ସକାଳୁ ଅଭିଯୁକ୍ତ ଲାସ ନିଜ ମା’ଙ୍କ ମୃତ୍ୟୁ ହୋଇଥିବା କହି ଶବ ସତ୍କାର ନିମନ୍ତେ ଗ୍ରାମବାସୀଙ୍କୁ ଡାକିଥିଲା । ଗ୍ରାମବାସୀମାନେ ପହଞ୍ଚି ପାରିପାଶ୍ୱିର୍କ ସ୍ଥିତି ଦେଖି ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରି ରାସଗୋବିନ୍ଦପୁର ପୁଲିସକୁ ଖବର ଦେଇଥିଲେ । ରାସଗୋବିନ୍ଦପୁର ଥାନା ଅଧିକାରିଣୀ ଲୋପାମୁଦ୍ରା ନାୟକ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ ଉକ୍ତ କୁରାଢ଼ି ଜବତ କରିଥିଲେ । ରାସଗୋବିନ୍ଦପୁର ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାର ଅଧିକ ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking