38.1 C
Bhubaneswar
Saturday, April 20, 2024
Homeଦେଶ ବିଦେଶକେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀଙ୍କ ପୁଅଙ୍କୁ ପୋଲିସ ସମନ୍‌

କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀଙ୍କ ପୁଅଙ୍କୁ ପୋଲିସ ସମନ୍‌

ଲକ୍ଷ୍ନୌ: ରବିବାର ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ଘଟିଥିବା ହିଂସାକାଣ୍ଡ ସମ୍ପର୍କରେ ପଚରା ଉଚରା ପାଇଁ ଉତ୍ତର ପ୍ରଦେଶ ପୁଲିସ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଗୁରୁବାର ନୋଟିସ୍ କରିଛି । ପୁଲିସ ଗୁରୁବାର ଏ ସମ୍ପର୍କିତ ଏକ ନୋଟିସ କେନ୍ଦ୍ର ମନ୍ତ୍ରୀଙ୍କ ବାସଭବନ ବାହାରେ ଲଗାଇଛି । ଶୁକ୍ରବାର ପୂର୍ବରୁ ପୁଲିସ ନିକଟରେ ହାଜର ହେବା ପାଇଁ ଏହି ନୋଟିସ୍‌ରେ ଆଶିଷଙ୍କୁ କୁହାଯାଇଛି । ସୁପ୍ରିମକୋର୍ଟ ମାମଲାରେ ଗିରଫ ବ୍ୟକ୍ତିଙ୍କ ସଂଖ୍ୟା ଏବଂ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଗୁରୁବାର ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିବା ପରେ ଏହି ନୋଟିସ୍ ପଠାଯାଇଛି ।

ଲକ୍ଷ୍ମୀପୁର ଖେରୀ ଘଟଣା ସମ୍ପର୍କିତ ଏକ ପିଟିସନ୍‌ର ଶୁଣାଣି ଅବସରରେ ସୁପ୍ରିମକୋର୍ଟ ହିଂସାକାଣ୍ଡକୁ ନେଇ କେତେଜଣଙ୍କ ବିରୋଧରେ ଏଫ୍‌ଆଇଆର୍ କରାଯାଇଛି ଏବଂ କେତେଜଣଙ୍କୁ ଗିରଫ କରାଯାଇଛି ବୋଲି ଉତ୍ତର ପ୍ରଦେଶ ସରକାରଙ୍କୁ ପ୍ରଶ୍ନ କରିଥିଲେ । ଏହା ସହିତ ଏଫ୍‌ଆଇଆର୍‌, ଅଭିଯୁକ୍ତ ଏବଂ ଗିରଫ ହୋଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଏକ ଷ୍ଟାଟସ୍ ରିପୋର୍ଟ ଶୁକ୍ରବାର ପ୍ରଦାନ ପାଇଁ ସରକାରଙ୍କୁ ଆଦେଶ ମଧ୍ୟ ଦେଇଥିଲେ । ସୂଚନାଯୋଗ୍ୟ, ରବିବାର ଆଶିଷ ମିଶ୍ରଙ୍କ ଗାଡି ଆନ୍ଦୋଳନରତ କୃଷକଙ୍କ ଉପରେ ମାଡ଼ିଯିବା ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା ବୋଲି କୃଷକ ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଥିଲା ।

ମାମଲାକୁ ନେଇ ସୋମବାର ଆଶିଷଙ୍କ ବିରୋଧରେ  ହତ୍ୟା ଏବଂ ଅପରାଧ ଷଡ଼ଯନ୍ତ୍ର ଅଭିଯୋଗରେ ଏଫ୍‌ଆଇଆର୍ ରୁଜୁ କରାଯାଇଥିଲା । ‘ମାମଲା ସମ୍ପର୍କରେ ପଚରାଉଚରା ପାଇଁ ଆଶିଷଙ୍କୁ ସମନ ଜାରି କରାଯାଇଛି । ଯଦି ସେ ଏହାକୁ ଅମାନ୍ୟ କରନ୍ତି, ତେବେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠା ଗ୍ରହଣ କରାଯିବ’ ବୋଲି ଗୁରୁବାର ଲକ୍ଷ୍ନୌ ଜୋନ୍ ପୁଲିସ ଆଇଜି ଲକ୍ଷ୍ମୀ ସିଂହ କହିଥିବା ପିଟିଆଇ ସୂତ୍ରରୁ ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking