ଚଂଚକତା କରି ବାପା ଠାରୁ ସମ୍ପତି ନେବା ପରେ ବୁଢା ବାପାକୁ ଘରୁ ତଡି ଦେଲେ ପୁଅ ବୋହୂ

daughter in law kicked out old father from house

ଯାଜପୁର : ଚଂଚକତା କରି ବାପା ଠାରୁ ସମ୍ପତି ନେବା ପରେ ବୁଢା ବାପାକୁ ଘରୁ ତଡି ଦେଲେ ପୁଅ ବୋହୂ। ଯାଜପୁର ବିଂଝାରପୁର ଥାନା ସିଂହଁପୁର ଗାଁରେ ଘଟିଛି ଏଭଳି ଘଟଣା। ଏ ନେଇ ୯୪ ବର୍ଷୀୟ ବୃଦ୍ଧ ବାପା ଥାନାରେ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଛନ୍ତି। ଅଭିଯୋଗ ମୁତାବକ ବସୁଦେବଙ୍କ ବଡ଼ପୁଅ ରାମଚନ୍ଦ୍ର ଚଂଚକତା କରି ବାପା ଠାରୁ ସବୁ ସମ୍ପତ୍ତି ନେଇଯିବା ପରେ ଏବେ ଘରୁ ବାହାର କରି ଦେଇଛନ୍ତି। ପୁଅ ଓ ବୋହୁ ଶାରୀରିକ ନିର‌୍ୟାତନା ଦେବା ପରେ ସେ ଘରୁ ଆସି ପଡୋଶୀଙ୍କ ପିଣ୍ଢାରେ ଆଶ୍ରୟ ନେଇଛନ୍ତି। ପରେ କେତେକ ସ୍ବେଚ୍ଛାସେବୀ ତାଙ୍କୁ ସାହାଯ୍ୟ ସହଯୋଗ କରିଥିବା ଜଣାପଡ଼ିଛି। ଏ ନେଇ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ବାସୁଦେବଙ୍କୁ ଏ ଯାଏଁ କୌଣସି ନ୍ୟାୟ ମିଳିନଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here