27.1 C
Bhubaneswar
Thursday, April 25, 2024
Homeଅପରାଧଜମି ପାଇଁ ମୁଣ୍ଡ ଗଡ଼ିଲା, ପୁଅ-ପୁତୁରା ଗୁରୁତର

ଜମି ପାଇଁ ମୁଣ୍ଡ ଗଡ଼ିଲା, ପୁଅ-ପୁତୁରା ଗୁରୁତର

ଢେଙ୍କାନାଳ: ଜମିବାଡ଼ି ବିବାଦକୁ ନେଇ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଜୟପୁରାକାଟେଣିରେ ୨ ପରିବାରର ମଧ୍ୟରେ ଘଟିଛି ରକ୍ତାକ୍ତ ସଂଘର୍ଷ । କଟୁରୀ ଓ ଟାଙ୍ଗିଆ ଚୋଟରେ ବିଲମୁଣ୍ଡରେ ବାପର ମୁଣ୍ଡ ଗଡ଼ିଥିବା ବେଳେ ପୁଅ ସମେତ ୨ ପୁତୁରା ଗୁରୁତର ହୋଇଛନ୍ତି । ଜୟପୁରାକାଟେଣିରେ ଗତକାଲି ରାତିରେ ଘଟିଛି ଏହି ସଂଘର୍ଷ । ମୃତକ ହେଲେ ଜୟପୁରାକାଟେଣି ଗ୍ରାମର ବୈକୁଣ୍ଠ ସାହୁ । ଗୁରୁତରମାନେ ହେଲେ ବୈକୁଣ୍ଠଙ୍କ ପୁଅ ରୋହିତ ସାହୁ, ପୁତୁରା ସଞ୍ଜୟ ସାହୁ ଓ ସିଦ୍ଧାର୍ଥ ସାହୁ । ଗୁରୁତରମାନଙ୍କୁ ପ୍ରଥମେ କାମାକ୍ଷାନଗର ଓ ପରେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି ।

ଖବର ପାଇ କାମାକ୍ଷାନଗର ପୁଲିସ ପହଞ୍ଚି ମୃତଦେହ ଜବତ ସହ ତଦନ୍ତ ଆରମ୍ଭ କରିଛି । ସୂଚନା ମୁତାବକ ମୃତ ବୈକୁଣ୍ଠ ସାହୁ ଓ ତାଙ୍କ ଭାଇଙ୍କ ମଧ୍ୟରେ ଏକ ଜମିକୁ ନେଇ ବିବାଦ ଲାଗି ରହିଥିଲା । ଆଜି ଏହା ବିବାଦୀୟ ଜମିରେ ବୈକୁଣ୍ଠ ଯାଇ ଚାଷ କରୁଥିଲେ । ଏହାକୁ ତାଙ୍କ ପୁତୁରା ସଞ୍ଜୟ ପ୍ରତିବାଦ କରିବାରୁ ଉଭୟଙ୍କ ମଧ୍ୟରେ ହାତାହାତି ହୋଇଥିଲା । ଖବର ପାଇ ବୈକୁଣ୍ଠଙ୍କ ପୁଅ ଘଟଣା ସ୍ଥଳରେ ପହଞ୍ôଚଥିବାବେଳେ ସଞ୍ଜୟଙ୍କର ଭାଇ ବାପା ମଧ୍ୟ ପହଞ୍ôଚଥିଲେ । ଉଭୟ ପରିବାର ମଧ୍ୟରେ ଟାଙ୍ଗିଆ ଓ କଟୁରୀ ଦ୍ୱାରା ଆକ୍ରମଣ ଓ ପ୍ରତିଆକ୍ରମଣ ହୋଇଥିଲା । ଘଟଣା ସ୍ଥଳରେ ଟାଙ୍ଗିଆ ଚୋଟରେ ବୈକୁଣ୍ଠଙ୍କ ମୃତ୍ୟୁ ଘଟିଥିବା ବେଳେ ଏହି ଆକ୍ରମଣ ଫଳରେ ଉଭୟ ପରିବାରର ୩ ଜଣ ଗୁରୁତର ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking