27.1 C
Bhubaneswar
Friday, August 12, 2022
Homeଦେଶ ବିଦେଶସୋମବାର ସିନ୍ଧେ ସରକାରଙ୍କ ଶକ୍ତିପରୀକ୍ଷା: ରବିବାର ବାଚସ୍ପତି ନିର୍ବାଚନ

ସୋମବାର ସିନ୍ଧେ ସରକାରଙ୍କ ଶକ୍ତିପରୀକ୍ଷା: ରବିବାର ବାଚସ୍ପତି ନିର୍ବାଚନ

ମୁମ୍ବାଇ: ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କ ଠାରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ଛଡ଼ାଇନେବା ପରେ ଏକନାଥ ସିନ୍ଧେଙ୍କୁ ମହାରାଷ୍ଟ୍ର ବିଧାନସଭାରେ ସୋମବାର (ଜୁଲାଇ ୪) ଶକ୍ତିପରୀକ୍ଷାର ସାମ୍ନା କରିବାକୁ ପଡ଼ିବ । ଅବଶ୍ୟ ଏହାକୁ ନେଇ ସରକାରୀ କ୍ୟାମ୍ପ୍ ଚିନ୍ତିତ ନାହାନ୍ତି । କାରଣ ସରକାରଙ୍କ ପଛରେ ପର୍ଯ୍ୟାପ୍ତ ବହୁମତ ରହିଛି ବୋଲି ସିନ୍ଧେ କହିଛନ୍ତି । ଶୁକ୍ରବାର ସିନ୍ଧେ କହିଥିଲେ ଆମ ପାଖରେ ୧୭୦ ବିଧାୟକଙ୍କ ସମର୍ଥନ ରହିଛି, ଯାହା ରାଜ୍ୟରେ ସରକାର ଗଠନ ପାଇଁ ପର୍ଯ୍ୟାପ୍ତ । ସେ କହିଥିଲେ, ଯେଉଁ ବିଧାୟକମାନେ ମୁମ୍ବାଇ ବାହାରେ ଅଛନ୍ତି, ସେମାନେ ଆସନ୍ତାକାଲି ମୁମ୍ବାଇରେ ପହଞ୍ଚିବେ । ସିନ୍ଧେ ସରକାରଙ୍କ ଶକ୍ତିପରୀକ୍ଷା ପାଇଁ ମହାରାଷ୍ଟ୍ର ବିଧାନସଭାର ଜୁଲାଇ ୩ ଓ ୪ ତାରିଖରେ ଦୁଇଦିନିଆ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି ।

ଜୁଲାଇ ୪ ତାରିଖରେ ସରକାର ଫ୍ଲୋରଟେଷ୍ଟର ସମ୍ମୁଖୀନ ହେବେ । ଏହା ପୂର୍ବରୁ ୩ ତାରିଖରେ ବିଧାନସଭାର ବାଚସ୍ପତି ନିର୍ବାଚନ ଅନୁୂଷ୍ଠିତ ହେବ । ପୂର୍ବରୁ ମହାରାଷ୍ଟ୍ର ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ଜୁଲାଇ ୨ ଓ ୩ ତାରିଖରେ ହେବାର ଥିଲା । ମାତ୍ର ଏହା ଏବେ ୩ ଓ ୪ ତାରିଖରେ ହେବ । ଏହା ପୂର୍ବରୁ ଆଜି ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ପଦ ପାଇଁ ବିଜେପି ବିଧାୟକ ରାହୁଲ ନାର୍ଭେକର୍ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ନାନା ପାଟେଲେଙ୍କ ଇସ୍ତଫା ପରେ ମହାରାଷ୍ଟ୍ର ବିଧାନସଭା ଅଧ୍ୟକ୍ଷ ପଦ ଖାଲି ପଡ଼ିଥିଲା । ଏହା ମଧ୍ୟରେ ଏମ୍‌ଭିଏ ସରକାରର ପତନ ପରେ ଶୁକ୍ରବାର ବିଜେପି କାର୍ଯ୍ୟାଳୟରେ ଉତ୍ସବ ପାଳନ ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ତେବେ ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ୍ ଯୋଗଦେଇନଥିଲେ । ୩ ତାରିଖରେ ଆୟୋଜିତ ହେବାକୁ ଥିବା ଦୁଇଦିନିଆ ବିଧାନସଭା ଅଧିବେଶନ ପୂର୍ବରୁ ନିଜ ବାସଭବନରେ ଅନୁଷ୍ଠିତ ବୈଠକରେ ବ୍ୟସ୍ତ ଥିଲେ ବୋଲି ତାଙ୍କ ନିକଟତମ ମହଲରୁ ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking