30.1 C
Bhubaneswar
Wednesday, April 24, 2024
Homeଓଡିଶାସପ୍ତଶଯ୍ୟା ମହୋତ୍ସବ ଅନୁଷ୍ଠିତ

ସପ୍ତଶଯ୍ୟା ମହୋତ୍ସବ ଅନୁଷ୍ଠିତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ଷ୍ଟେସନ ବଜାରରେ ଥିବା ରାମ୍‌ଜୀ ମଣ୍ଡପ ପରସରରେ ମୟୁର ସାଂସ୍କୃତିକ ଅନୁଷ୍ଠାନର ୬ଷ୍ଠ ତମ ସପ୍ତଶଯ୍ୟା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ଶ୍ରୀଯୁକ୍ତ ବନମାଳି ମଲ୍ଲିକଙ୍କ ତତ୍ୱାବଧାନରେ ଆୟୋଜିତ ମହୋତ୍ସବରେ କଳାକାର ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ କରାଇଥିଲେ । ଉକ୍ତ ମହୋତ୍ସବରେ ଉତ୍କଳ ଆଜବେଷ୍ଟସ୍‌ର କାର୍ଯ୍ୟକାରୀ ପରିଚାଳକ ଶ୍ରୀଯୁକ୍ତ କ୍ଷୀରୋଦ କୁମାର ବେହେରା ମୁଖ୍ୟ ଅତଥି ଭାବେ ଯୋଗଦାନ କରି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥିଭାବେ ଭାରତରତ୍ନ ଡ. ଆମ୍ବେଦକର ମେମୋରିଆଲ ସୋସାଇଟ୍‌ର ଅଧ୍ୟକ୍ଷ କୈଳାସ ଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇ କଳା ଓ ସଂସ୍କୃତି ହେଉଛି ମାନବ ଜାତିର ମେରୁଦଣ୍ଡ ବୋଲି କହିଥିଲେ । ଏହି ଅବସରରେ ଶ୍ରୀକାନ୍ତ କୁମାର ସାହୁ ଓ ସୁ୍‌ଶ୍ରୀ ଶ୍ରୁଭ୍ରାଂଶୁବାଳା ରାୟଙ୍କୁ ମୟୁର ସଂସ୍ଥା ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଶ୍ୱରଞ୍ଜନ ରାଉତ, ବିଷ୍ଣୁପ୍ରିୟା ଗଡନାୟକ, ଅମରେଶ ମଲ୍ଲିକ, ନୃସିଂହ ଚରଣ ସ୍ୱାଇଁ, ଅଜିତ କୁମାର ଦେହୁରୀ, ନିରାକାର ମଲ୍ଲିକ, ପ୍ରଳୟ କୁମାର ମଲ୍ଲିକ ଓ ବାବାଜୀ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking