27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶମନକୁ ଦେଶଭକ୍ତିରେ ଭରିଦେବ 'ଭୁଜ'ର ଦ୍ୱିତୀୟ ଟ୍ରେଲର

ମନକୁ ଦେଶଭକ୍ତିରେ ଭରିଦେବ ‘ଭୁଜ’ର ଦ୍ୱିତୀୟ ଟ୍ରେଲର

ନୂଆଦିଲ୍ଲୀ: ବଲିଉଡ ଷ୍ଟାର ଅଜୟ ଦେବଗନ ଓ ସୋନାକ୍ଷୀ ସିହ୍ନାଙ୍କ ଆଗାମୀ ଫିଲ୍ମ ‘ଭୁଜ: ଦ ପ୍ରାଇଡ ଅଫ୍ ଇଣ୍ଡିଆ’ର ଆଉ ଏକ ଟ୍ରେଲର ଆଜି ରିଲିଜ ହୋଇଛି । ଏହି ଫିଲ୍ମଟି ସ୍ୱାଧୀନତା ଦିବସ ଅବସରରେ ରିଲିଜ ହେବାକୁ ଯାଉଛି । ତେବେ ଏହି ଫିଲ୍ମ ଆମକୁ ଇତିହାସର ସେହି ଅଧ୍ୟାୟ ଦେଖାଇବ, ଯାହାକୁ ଦେଖିବା ପରେ ଆପଣ ବି କହିବେ, କିଛି ବି ଅସମ୍ଭବ ନୁହେଁ । ଦ୍ୱିତୀୟ ଟ୍ରେଲର ଦେଖିବା ପରେ ଆପଣଙ୍କ ମନରେ ଦେଶଭକ୍ତି ଭାବନା ଜାଗ୍ରତ ହେବ ।
ଏଥିରେ ଅଜୟ ଦେବଗନ କହୁଛନ୍ତି, ଆମେ ସେହି ମହା ଛତ୍ରପତି ଶିବାଜୀଙ୍କ ବଂଶଧର, ଯିଏ ମୋଗଲଙ୍କୁ ପାଣି ପିଆଇଦେଇଥିଲା ଓ ନିଜ ରକ୍ତରେ ହିନ୍ଦୁସ୍ଥାନର ଇତିହାସ ଲେଖିଥିଲା ।
ଏହି ଫିଲ୍ମ ୧୩ ଅଗଷ୍ଟରେ ସିନେମାଘରେ ରିଲିଜ ହେବ । ପ୍ରଥମ ଟ୍ରେଲର କିଛିଦିନ ପୂର୍ବରୁ ରିଲିଜ ହୋଇଥିଲା । ଟ୍ରେଲରେ ଅଜୟ ଦେବଗନଙ୍କ ଦମଦାର ସ୍ୱରରେ ଡାଇଲଗ ଶୁଣିବାକୁ ମିଳିଛି । ଦର୍ଶକେ ଏହାକୁ ନେଇ ବହୁତ ଉତ୍ସାହିତ ଅଛନ୍ତି । ତେବେ ଏଥିରେ ଅଜୟଙ୍କ ସହିତ ନୋରା ଫତେହୀ, ସଂଜୟ ଦତ୍ତ, ସୋନାକ୍ଷୀ ସିହ୍ନାଙ୍କ ଭଳି ଷ୍ଟାର ଅଛନ୍ତି ।
ଏହା ଅବିଷେକ ଦୁଧୌୟାଙ୍କ ଦ୍ୱାରା ନିର୍ଦ୍ଦେଶିତ ସତ୍ୟ ଘଟଣା ଉପରେ ଆଧାରିତ । ପିଲ୍ମରେ ୧୯୭୧ ଭାରତ ପାକିସ୍ତାନ ଯୁଦ୍ଧ କାହାଣୀ ପ୍ରଦର୍ଶିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking