ଆଜିଠାରୁ ଏପ୍ରିଲ୍ ୯ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ । ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇ ଏପ୍ରିଲ୍ ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଧାର୍ଯ୍ୟ କରାଯାଇଛି ।
ବିଧାନସଭା ଲାଗି ଉଭୟ ଶାସକ ଓ ବିରୋଧୀ ପ୍ରସ୍ତୁତ ଥିବା ସୂଚନା ମିଳିଛି । ଦ୍ୱିତୀୟ ପର‌୍ୟ୍ୟାୟ ବଜେଟ୍ ଅଧିବେଶନରେ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ ପାରିତ ହେବା । ଏହା ସହ ରାଜ୍ୟସଭା ନିର୍ବାଚନ ରହିଛି । ଅନ୍ୟପଟେ ବିରୋଧୀଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ସରକାର ମଧ୍ୟ ଏକ ପ୍ରକାର ପ୍ରସ୍ତୁତ ହୋଇ ରହିଥିବା ଜଣାପଡ଼ିଛି । ଶ୍ରୀମନ୍ଦିରର ୫୪୫ କୋଟି ଜମାରାଶି ଘରୋଇ ୟେସ ବ୍ୟାଙ୍କରେ ଡିପୋଜିଟ ପ୍ରସଙ୍ଗକୁ ନେଇ ବିରୋଧୀ ଘେରିବାକୁ ସଜବାଜ ହୋଇଛନ୍ତି । ଏହାସହ ରେଳବାଇ ଜମି ଅଧିଗ୍ରହଣ ,କୃଷକ ସମସ୍ୟା , ମଣ୍ଡି ସମସ୍ୟା ସହ ଚିଟଫଣ୍ଡ ଘଟଣାର ତଦନ୍ତ କରୁଥିବା କମିଶନ ବନ୍ଦ ହେବା ଏବଂ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନେଇ ଗୃହରେ ସରକାରଙ୍କୁ ଘେରିବେ ବିରୋଧୀ । ଏହି ସବୁ ପ୍ରସଙ୍ଗରେ ଆଜି ବିଧାନସଭା ଗୃହରେ ଝଡ଼ ଉଠିବା ସମ୍ଭାବନା ରହିଛି । ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ ମଧୁସୂଦନ ଆଇନ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟରେ ପରିଣତ କରିବା ପାଇଁ ବିଧାନସଭାରେ ବିଲ୍ ଗୃହୀତ ହେବା ଆବଶ୍ୟକ । ତେଣୁ ଏ ସଂପର୍କିତ ବିଲ୍ ଆସନ୍ତା ବିଧାନସଭା ଅଧିବେଶନରେ ଗୃହରେ ଉପସ୍ଥାପନ କରାଯିବ ।
ଆସନ୍ତା ୨୬ରେ ରାଜ୍ୟସଭା ନିର୍ବାଚନ ରହିଛି । ତେବେ ୩୧ରେ ଆଗତ ହେବ ବ୍ୟୟ ମଞ୍ଜୁରୀ ବିଲ୍ । ପୂର୍ବରୁ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବୃଆରୀ ୧୪ ରୁ ଆରମ୍ଭ ହୋଇ ଫେବୃଆରୀ ୨୬ ପର୍ଯ୍ୟନ୍ତ ଚାଲିଥିଲା ।