37.2 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗଦ୍ୱିତୀୟ ପର୍ଯ୍ୟାୟ ପରିମଳ ଓ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର

ଦ୍ୱିତୀୟ ପର୍ଯ୍ୟାୟ ପରିମଳ ଓ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର

ଯାଜପୁର: ଯାଜପୁର ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଯାଜପୁର ପୌରପାଳିକା ପକ୍ଷରୁ ଦ୍ୱିତିୟ ପର୍ଯ୍ୟାୟ ପରିମଳ ଓ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।  ପୌରପାଳିକାର କାର‌୍ୟ୍ୟ ନିର୍ବାହୀ ଅଧିକାରୀ ଅଜୟ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ପରିମଳ ବିଶେଷଜ୍ଞ ଦେବାଶୀଷ ଭୂୟାଂ ଯୋଗ ଦେଇ ସହରକୁ କିପରି ସ୍ୱଚ୍ଛ ରଖାଯିବ ସେ ନେଇ ପରାମର୍ଶ ଦେଇଥିଲେ । ଧିରେ ଧିରେ ସହରରେ ପରିମଳ ବ୍ୟବସ୍ଥା ସୁଧୁରୁଥିବା ବେଳେ ଆଗକୁ ଏହା ରାଜ୍ୟର ୧ନଂ ସ୍ୱଚ୍ଛ ପୌରପାଳିକା କରିବାକୁ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ କହିଥିଲେ । ଆଗାମୀ ଦିନରେ ଏହିପରି ପ୍ରଶିକ୍ଷଣ ଶିବିର ଓ୍ୟାର୍ଡ ସ୍ତରୀୟ କରାଯିବ ବୋଲି ଅତିରିକ୍ତ ଜିଲାପାଳ ସୂଚନା ଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ପୌରପାଳିକା କର୍ମଚାରୀ ସମେତ ୧୫୦ରୁ ଉର୍ଦ୍ଧ ସଫେଇ କର୍ମଚାରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking