34.1 C
Bhubaneswar
Friday, March 29, 2024
Homeଓଡିଶାନବମ/ଦଶମ ପରୀକ୍ଷା ପଦ୍ଧତି ପାଇଁ ସ୍କିମ୍ ଅଫ୍ ଆସେସମେଣ୍ଟ ବ୍ୟବସ୍ଥା ଲାଗୁ

ନବମ/ଦଶମ ପରୀକ୍ଷା ପଦ୍ଧତି ପାଇଁ ସ୍କିମ୍ ଅଫ୍ ଆସେସମେଣ୍ଟ ବ୍ୟବସ୍ଥା ଲାଗୁ

ଭୁବନେଶ୍ୱର: ଚଳିତ ବର୍ଷର କରୋନା ମଧ୍ୟରେ ବି ସ୍କୁଲ ଖୋଲିବା ନିଷ୍ପତି ନେଇଛନ୍ତି ସରକାର । ତେବେ କରୋନା ନିତି ନିୟମକୁ ମାନି ସ୍କୁଲରେ ପାଠପଢ଼ା ଆରମ୍ଭ ବି ହୋଇଗଲାଣି । ତେବେ ପରିସ୍ଥିତି ଏବେ ବି କିଛି ଭଲ ନାହିଁ । ଏବଂ ପରିସ୍ଥିତି ବିଗିଡ଼ିଲେ ହୋଇପାରେ ସରକାରଙ୍କୁ ପୁଣି ସ୍କୁଲ ବନ୍ଦ କରିବାକୁ ପଡ଼ିବ । ଏ ସବୁକୁ ଲକ୍ଷ ରଖି ପିଲାଙ୍କ ପରୀକ୍ଷା ଏବଂ ଶିକ୍ଷା ବର୍ଷରେ ଆଗକୁ ଯେପରି କିଛି ଅସୁବିଧା ନହୁଏ, ସେଥିପାଇଁ ସରକାର ଚଳିତ ବର୍ଷ ନବମ ଦଶମ ପିଲାଙ୍କ ପାଇଁ ପରୀକ୍ଷାର ଏକ ନୂଆ ପଦ୍ଧତି ଆଣିଛନ୍ତି ।

ସ୍କିମ୍ ଅଫ୍ ଆସେସମେଣ୍ଟ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି ବୋର୍ଡ । ଶିକ୍ଷାବିତ୍‌ଙ୍କଠୁ ବିଚାର ବିମର୍ଶ କରିବା ପରେ ବୋର୍ଡ କରିଛି ସ୍କିମ୍ ଅଫ୍ ଆସେସମେ ବ୍ୟବସ୍ଥା । ତେବେ ଏହି ଯୋଜନାରେ ନବମ/ଦଶମ ପାଠ୍ୟକ୍ରମରେ ୪ ଛୋଟ ପରୀକ୍ଷା ଏବଂ ୨ ବଡ଼ ପରୀକ୍ଷା କରାଯିବ । ବାର୍ଷିକ ପରୀକ୍ଷା ବାତିଲ ହେଲେ ପରୀକ୍ଷାର୍ଥୀ ଦେଇଥିବା ପରୀକ୍ଷା ଆଧାରରେ ମାର୍କ ମିଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking