37.1 C
Bhubaneswar
Thursday, March 28, 2024
Homeଓଡିଶାରେଳଧାରଣା ଉପରେ ଖସିଲା ମାଟି ଅତଡ଼ା

ରେଳଧାରଣା ଉପରେ ଖସିଲା ମାଟି ଅତଡ଼ା

ରାୟଗଡ଼ା: ରେଳଧାରଣା ଉପରେ ମାଟି ଅତଡ଼ା ଧସିବାରୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଲଗାଣ ବର୍ଷା ଯୋଗୁ କୋରାପୁଟ-ରାୟଗଡା ରେଳଧାରଣାର ଶିକରପାଇ-କେଉଟଗୁଡା ମଝିରେ ପାହାଡରୁ ମାଟି ଅତଡା ଧସି ଗମନାଗମନ ବାଧାପ୍ରାପ୍ତ ହୋଇଛି। ଏହାସହ ୩୪ ନମ୍ବର ଟନେଲ ଭିତରେ ମଧ୍ୟ ପଥର ଧସିଛି। ଫଳରେ ଜଗଦଲପୁରରୁ କୋଲକାତା ଅଭିମୁଖେ ଯାଉଥିବା ସମଲେଶ୍ୱରୀ ଟ୍ରେନ ଶିକରପାଇ ନିକଟରେ ଅଟକି ରହିଛି। ଦୀର୍ଘ ୧ ଘଣ୍ଟାରୁ ଅଧିକ ସମୟ ଧରି ଟ୍ରେନ୍‌ ଅଟକି ରହିଥିବା ନେଇ ସୂଚନା ମିଳିଛି।

ସୂଚନାଯୋଗ୍ୟ, ଆଗାମୀ ୨୪ ଘଣ୍ଟାରେ ଭୀଷଣ ବର୍ଷା ପାଇଁ ୭ ଜିଲ୍ଲା ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଯାଜପୁର ଓ ଭଦ୍ରକକୁ ରେଡ୍‌ ୱାର୍ଣ୍ଣିଂ ଦେଇଛି ପାଣିପାଗ କେନ୍ଦ୍ର । ଏସବୁ ଜିଲ୍ଲାରେ ଅଚାନକ ବନ୍ୟା ଆସିପାରେ। ତଳୁଆ ଅଞ୍ଚଳ ଜଳମଗ୍ନ ସହ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନର ଆଶଙ୍କା ରହିଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୧୫ ଜିଲ୍ଲାକୁ ଅରେଞ୍ଜ ଓ ପ୍ରବଳ ବର୍ଷା ପାଇଁ ୮ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ଆସନ୍ତାକାଲି ପାଇଁ ୧୦ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ, ୧୧ ଜିଲ୍ଲାକୁ ଅରେଞ୍ଜ ଓ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ କେନ୍ଦ୍ର।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking