28.1 C
Bhubaneswar
Saturday, April 20, 2024
Homeଓଡିଶାରାଜଧାନୀରେ ବ୍ୟାପକ ହେଲା ସେଫ୍ ସିଟି ଡ୍ରାଇଭ

ରାଜଧାନୀରେ ବ୍ୟାପକ ହେଲା ସେଫ୍ ସିଟି ଡ୍ରାଇଭ

ଭୁବନେଶ୍ବର: ଲୋକଙ୍କ ସୁରକ୍ଷା ପାଇଁ ସଜାଗ କମିଶନରେଟ ପୋଲିସ । ରାଜଧାନୀ ଭୁବନେଶ୍ବରରେ ବ୍ୟାପକ ହେଲା ସେଫ୍ ସିଟି ଡ୍ରାଇଭ । ନିଶା ଚାଲାଣ ଓ ଅପରାଧ ରୋକିବା ପାଇଁ ଚେକିଂ ଓ ବ୍ଲକିଙ୍ଗ ଜୋରଦାର । ନାଲକୋ ଛକ, ଝାରପଡା, ପୁରୁଣା ଷ୍ଟେସନ ବଜାର, ରବି ଟକିଜ, ୟୁନିଟ ୬ ହସ୍ପିଟାଲ ଛକରେ ଚେକିଂ କରିଛି ପୋଲିସ । ସେହିପରି ରାମମନ୍ଦିର ଛକ, ଷ୍ଟୁଆର୍ଟ ସ୍କୁଲ ଛକ, ଜାଗମରା ଓ କଳିଙ୍ଗ ଷ୍ଟୁଡିଓ ଛକରେ ମାରାଥନ ଚେକିଂ କରିଛି ପୋଲିସ । ବାର୍, ପବରେ ରେଡ ପରେ ଛକ ବଜାରରେ ଚେକିଂ କରିଛି ପୋଲିସ ।

ସହରକୁ ଅପରାଧ ମୁକ୍ତ କରିବା ପାଇଁ ଚାଲିଛି ସେଫ୍ ସିଟି ଡ୍ରାଇଭ । ଆଗକୁ ମଧ୍ୟ ଏଭଳି ଚେକିଂ ଓ ବ୍ଲକିଙ୍ଗକୁ ବ୍ୟାପକ କରାଯିବ । ହୋଟେଲରୁ ମଧ୍ୟ ଯାତ୍ରୀଙ୍କ ସମ୍ପର୍କରେ ତଥ୍ୟ ନିଆଯାଉଛି । କୌଣସି ସନ୍ଦିଗ୍ଧଙ୍କ ସମ୍ପର୍କରେ ସୂଚନା ପାଇଲେ ନିକଟସ୍ଥ ଥାନାକୁ ଜଣାଇବାକୁ କହିଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking