40.1 C
Bhubaneswar
Thursday, April 25, 2024
Homeଓଡିଶାବଦଳିଲା ନିୟମ, ବୁକିଂ କରିଥିଲେ ଫାଇନ୍ ଦେବାରୁ ବର୍ତ୍ତିବେ

ବଦଳିଲା ନିୟମ, ବୁକିଂ କରିଥିଲେ ଫାଇନ୍ ଦେବାରୁ ବର୍ତ୍ତିବେ

କଟକ: ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ ପାଇଁ ଜାରି ହେଲା ନୂଆ ନିୟମ । ୧ ଏପ୍ରିଲ ୨୦୧୯ ପୂର୍ବରୁ ଯାନବାହାନ ଥିବା ବ୍ୟକ୍ତି ଯଦି HSRP ପାଇଁ ବୁକିଂ କରିଥିବେ ତା ହେଲେ ଚେକିଂ ସମୟରେ ସେମାନଙ୍କ ଠାରୁ ଜରିମାନା ଆଦାୟ କିମ୍ବା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ । ତେବେ ଚେକିଂ ସମୟରେ ସେମାନେ ବୁକିଂ କରିଥିବା ସ୍ଲିପ ଦେଖାଇ ଯାଇପାରିବେ । ଏ ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ HSRP କରିବାର ଡେଡଲାଇନ ଥିଲା ୩୦ ସେପ୍ଟେମ୍ବର ୨୦୨୨ । ଫଳରେ ଅକ୍ଟୋବର ୧ରୁ କଡାକଡି ଯାଞ୍ଚ ପାଇଁ ନିର୍ଦ୍ଦେଶ ରହିଛ । HSRP କରି ନଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ୫ ରୁ ୧୦ ହଜାର ଟଙ୍କାର ଜୋରିମାନା ଆଦାୟ ପାଇଁ ନିର୍ଦ୍ଦେଶ ରହିଛି ।

ଏନେଇ ଅତିରିକ୍ତ କମିଶନର ଦୀପ୍ତି ରଞ୍ଜନ ପାତ୍ର କହିଛନ୍ତି, “8ଲକ୍ଷ ପାଖାପାଖି ଲୋକ ନମ୍ବର ପ୍ଲେଟ ଲଗେଇ ସାରିଲେଣି । ବର୍ତ୍ତମାନ ଯାଏଁ କେତେ ଲୋକ ନମ୍ବର ପ୍ଲେଟ କରି ନାହାନ୍ତି । ଏନେଇ ଦିନକୁ 90 ହଜାର ପାଖାପାଖି ଦିନକୁ ବୁକ କରୁଛନ୍ତି । ତେବେ ଯେଉଁମାନେ ୨୦୧୯ ପୂର୍ବରୁ ଯାନବାହାନ ଥିବା ବ୍ୟକ୍ତି ଯଦି HSRP ପାଇଁ ବୁକିଂ କରିଥିବେ ତା ହେଲେ ଚେକିଂ ସମୟରେ ସେମାନେ ବୁକିଂ କରିଥିବା ସ୍ଲିପ ଦେଖେଇ ଯାଇ ପାରିବେ ।”

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking