43 C
Bhubaneswar
Tuesday, April 16, 2024
Homeଓଡିଶାଦୁର୍ଗାପୂଜା ପାଇଁ ନିୟମ କଡ଼ାକଡ଼ି : ଆସନ୍ତାକାଲିଠୁ ଟ୍ୱିନ୍‌ସିଟିରେ ନାଇଟ୍‌କର୍ଫ୍ୟୁ

ଦୁର୍ଗାପୂଜା ପାଇଁ ନିୟମ କଡ଼ାକଡ଼ି : ଆସନ୍ତାକାଲିଠୁ ଟ୍ୱିନ୍‌ସିଟିରେ ନାଇଟ୍‌କର୍ଫ୍ୟୁ

ଭୁବନେଶ୍ୱର: ପାର୍ବଣକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠୁ ଟ୍ୱିନ୍‌ସିଟି ଭୁବନେଶ୍ୱର ଓ କଟକରେ ନାଇଟ୍‌କର୍ଫ୍ୟୁ ଲାଗୁହେବ । ରାତି ୮ଟାରୁ ସକାଳ ୫ଟା ଯାଏ କର୍ଫ୍ୟୁ ବଳବତ୍ତର ରହିବ । ଆସନ୍ତା ୨୧ତାରିଖ ପର୍ଯ୍ୟନ୍ତ ଏହି ନିୟମ ଲାଗୁକରାଯିବ ବୋଲି ପୋଲିସ  କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ତେବେ ଯେଉଁମାନେ ନିୟମ ଉଲ୍ଲଘଂନ କରି ଅମାନିଆ ହେବେ, ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆବଶ୍ୟକସ୍ଥଳେ ଗିରଫ କରାଯିବ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି, ଜୀବନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ତେଣୁ ଜୀବନ ଆଗ, ପାର୍ବଣ ପଛ । ଏହି ନିୟମକୁ ନେଇ ଆମକୁ ଚଳିତବର୍ଷ ଦୁର୍ଗାପୂଜା ପାଳନ କରିବାକୁ ପଡିବ । ପାର୍ବଣକୁ ଦୃଷ୍ଟିରେ ରଖି ଟ୍ୱିନ୍‌ସିଟି ଭୁବନେଶ୍ୱର-କଟକରେ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନେଇ ପୁଲିସ ପ୍ରସ୍ତୁତ ହୋଇଛି ।

ରାତି ୮ଟା ପରେ ଦୋକାନ ବଜାର, ମଲ୍‌, ବାର ଆଦି ସବୁ ବନ୍ଦ ରହିବ । ସେହିପରି ପୂଜାମଣ୍ଡପ ଚାରିପଟେ କପଡ଼ା ଢଙ୍କା ଯିବା ସହ ୭ଜଣରୁ ଅଧିକ ଲୋକ ମଣ୍ଡପରେ ନରହିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି । ପୂଜାମଣ୍ଡପ ଭିତରେ ଆଲୋକ ସଜାରେ କୌଣସି କଟକଣା ରହିନାହିଁ । ମାତ୍ର ପୂଜା ମଣ୍ଡପ ବାହାରେ କୌଣସି ଆଲୋକ ତୋରଣ ସଜାଯିବ ନାହିଁ କି କେହି ଡାକଯନ୍ତ୍ର ବଜେଇ ପାରିବେନାହିଁ । ଏଥିସହ ପୂଜା ପରେ ଭସାଣି ନେଇ କୌଣସି ଆଡ଼ମ୍ବର କରାଯିବ ନାହିଁ । କୋଭିଡ୍ କଟକଣା ମଧ୍ୟରେ ଭସାଣି କିପରି ଭାବେ ସୁରୁଖୁରରେ କରାଯିବ ସେ ନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବେ ।

ତେବେ ଅତୀତରେ ଟ୍ୱିନ୍‌ସିଟିବାସୀ ଯେପରି ଭାବେ କୋଭିଡ୍ କଟକଣା ନାଇଟ୍ କର୍ଫ୍ୟୁକୁ ପାଳନ କରୁଥିଲେ । ଚଳିତ ଥର ସମାନ ଭାବେ କଡ଼ାକଡ଼ି ପାଳନ କରିବାକୁ ସିପି ପରାମର୍ଶ ଦେଇଛନ୍ତି । ଏନେଇ ପ୍ରତି ଛକରେ ପୁଲିସ ଟିମ୍ ମୁତୟନ ହେବେ । ରାତି ୮ଟା ପରେ ବୁଲୁଥିବା ବ୍ୟକ୍ତିଙ୍କୁ ଯାଞ୍ଚ କରାଯିବ । ଯଦି ଅଯଥାରେ କେହି ବୁଲୁଥିଲେ, ତା’ହେଲେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ବର୍ତ୍ତମାନ କରୋନା ସଂକ୍ରମଣ ଅଧିକାଂଶ ସ୍ଥାନରେ ଚିହ୍ନଟ ହେବାରେ ଲାଗିଛି । ତେଣୁ ଟ୍ୱିନ୍‌ସିଟିବାସୀ ସାମଜିକ ଦୂରତା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେବାକୁ କମିଶନର ପ୍ରିୟଦର୍ଶୀ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking