ବାଜିଚୌକ ଓଭର ବ୍ରିଜ୍ ରାସ୍ତା ଶୋଚନୀୟ

ଢେଙ୍କାନାଳ : ଢେଙ୍କାନାଳ ସହର ଉପକଣ୍ଠରେ ଥିବା ମୁଖ୍ୟ ରାସ୍ତା ଏବେ ମରଣଯନ୍ତା ପାଲଟିଛି । ବାଜିଚୈାକ ଛକ ନିକଟରେ ଥିବା ଓଭରବ୍ରିଜ୍ ତଳ ପିଚୁ ରାସ୍ତା ନଷ୍ଟ ହେବା ଯୋଗୁଁ ଅନେକ ସ୍ଥାନରେ ରାସ୍ତାରେ ବଡ ବଡ ଗାତ ହୋଇଗଲାଣି । ଯାହାକି ରାସ୍ତାରେ ଯିବା ଆସିବା ସମ୍ଭବପର ହେଉନାହିଁ । ବାଜିଚୈାକ ଓଭର ବ୍ରିଜ୍ ହେଉଛି ସହର ମଧ୍ୟକୁ ପ୍ରବେଶ କରିବା ପାଇଁ ମୁଖ୍ୟ ରାସ୍ତା । ସେହିବାଟ ଦେଇ ଦୈନିକ ହଜାର ହଜାର ଲୋକ ଯାତାୟତ କରିଥାନ୍ତି । ରାସ୍ତାଟି ଉପରେ ଏକ ଫୁଟ ଗଭିରର ଗାତ ହେବା ଯୋଗୁଁ ଯାତାୟତ କରିବା ବହୁ କଷ୍ଟ ହେଉଛି । ଅନେକ ସମୟରେ ଗାଡିମଟର, ସାଇକେଲ ମଧ୍ୟ ଗଡାଇ ନେବାକୁ ପଡୁଛି । ରାସ୍ତା ଉପରେ ସ୍ଥାନୀୟ ଲୋକମାନେ ନିଜ ଘର ତିଆରି ପାଇଁ ବାଲି ଚିପ୍ସ ଗଦା କରୁଛନ୍ତି । ମାତ୍ର ସେଥିପ୍ରତି ପ୍ରଶାସନ ଦୃଷ୍ଟି ନଦେବା ଯୋଗୁଁ ସାଧାରଣ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଶାସନ ଅଧିକାରୀ ମାନେ ସେହି ରାସ୍ତା ଦେଇ ଯାତାୟତ କଲେ ମଧ୍ୟ ସେଥିପ୍ରତି ଦୃଷ୍ଟି ଦେଉନଥିବା ଦେଖିବାକୁ ମିଳୁଛି । ରାସ୍ତା ମରାମତି ବାବଦରେ ପ୍ରତି ବର୍ଷ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ରାସ୍ତା କାମ ଠିକ୍ ଭାବେ ହେଉନଥିବା ଯୋଗୁଁ ଏଭଳି ସମସ୍ୟା ଦେଖିବାକୁ ମିଳୁଛି । ଯାହାକୁ ନେଇ ଗଣମାଧ୍ୟମରେ କଳ୍ପନା ଜଳ୍ପନା ଦେଖାଦେଉଛି । ତେଣୁ ଉକ୍ତ ରାସ୍ତା ଟି ଯଥା ସମ୍ଭବ ମରାମତି କରାଯିବା ପାଇଁ ସାଧାରଣ ଲୋକଙ୍କ ମହଲରେ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here