ନୂଆଦିଲ୍ଲୀ : ଆଇସିଏସ୍ଇ ବୋର୍ଡର ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ । ଛାତ୍ରଙ୍କ ପାସ୍ ହାର ୯୯.୯୭ ପ୍ରତିଶତ ହୋଇଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୯୯.୯୮ ପ୍ରତିଶତ ଅଛି । କାଉନସିଲ୍ ଫର୍ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା (ସିଏସ୍ସି) ଫଳାଫଳ ଘୋଷଣା କରିଛି। ପରୀକ୍ଷାରେ ଉପସ୍ଥିତ ଥିବା ଛାତ୍ରମାନେ ଅଫିସିଆଲ୍ ୱେବସାଇଟ୍ cisce.org ଏବଂ results.cisce.org ପରିଦର୍ଶନ କରି ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ | ଛାତ୍ରଛାତ୍ରୀ ୱେବସାଇଟ୍ରୁ ସେମାନଙ୍କର ସମସ୍ତ ତଥ୍ୟ ଜାଣିପାରିବେ । ସେହିପରି ଏସଏମଏସ ଦ୍ୱାରା ମଧ୍ୟ ଛାତ୍ରଛାତ୍ରୀ ମଧ୍ୟ ପରୀକ୍ଷା ଫଳ ପାଇ ପାରିବେ ।
ଛାତ୍ରଛାତ୍ରୀମାନେ ଆଇସିଏସଇ(ରୋଲ ନମ୍ବର) ଟାଇପ୍ କରି ୦୯୨୪୮୦୮୨୮୮୩ କୁ ଏସଏମଏସ ପଠାଇ ରେଜଲ୍ଟ ପାଇ ପାରିବେ । ଦୁଇଟି ଟର୍ମ ପରୀକ୍ଷାକୁ ଭିତ୍ତି କରି ଚଳିତବର୍ଷ ଆଇସିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି ।